Latest Odisha News

BREAKING NEWS

କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

କାଶ୍ମୀର: ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲା ଅନ୍ତର୍ଗତ କୁମୁଦଲାନ ଗ୍ରାମର ସରକାରୀ ସ୍କୁଲରେ ଏକ ଆତଙ୍କବାଦୀ ଦଳ ଶୁକ୍ରବାର ବିଳମ୍ୱିତ ରାତିରେ ନିଆଁ ଲଗାଇଦେଇଛନ୍ତି । ଏହି ସ୍କୁଲରେ ଶନିବାର ସକାଳୁ ଛାତ୍ରଛାତ୍ରୀ ମାନଙ୍କର ବୋର୍ଡ ପରୀକ୍ଷା ହେବାର ଥିଲା ।

ଆତଙ୍କବାଦୀ ମାନେ ସ୍କୁଲ ଘର ଉପରକୁ ପେଟ୍ରୋଲ ବୋମା ଫିଙ୍ଗି ଏହାକୁ ଜଳାଇ ଥିବା ସୂଚନା ମିଳିଛି ।

କିଛିସପ୍ତାହ ମଧ୍ୟରେ ଏହା ହେଉଛି କାଶ୍ମୀରର ସ୍କୁଲରେ ନିଆଁ ଲଗାଯିବାର ଦ୍ବିତୀୟ ଘଟଣା ।

ସେହିପରି କିଛିଦିନ ତଳେ ପୁଲୱାମା ସ୍ଥିତ ଏକ ସ୍କୁଲରେ ପିଲାମାନେ ବୋର୍ଡ ପରୀକ୍ଷା ଦେଉଥିବା ସମୟରେ ଏହି ସ୍କୁଲ ସାମ୍ନାରେ ଏକ ଏକ ଏନକାଉଣ୍ଟର ହୋଇଥିଲା।

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହେଉଥିବା ଗୁଳିବିନିମୟ ଯୋଗୁଁ ସ୍କୁଲ ଘରେ ୫ ଜଣ ଛାତ୍ରଛାତ୍ରୀ ବନ୍ଦ ହୋଇ ରହିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଅକ୍ଟୋବର ୩୧ ତାରିଖରେ ଜାମ୍ମୁକାଶ୍ମୀର ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ଜମ୍ମୁକାଶ୍ମୀରରେ କଟକଣା କଡାକଡି କରାଯାଇଛି ।

ଧାରା ୩୭୦ ଉଚ୍ଛେ ପରେ ଘାଟିରେ କଡା ସୁରକ୍ଷା ବଳୟ ରହିଛି । ତେଣୁ ବଡ ଧରଣର ଅଘଟଣ ଯୋଜନା ସଫଳ ହୋଇ ପାରୁନାହିଁ । ତେଣୁ ସାଧାରଣ ଲୋକଙ୍କୁ ଆତଙ୍କୀମାନେ ଟାର୍ଗେଟ ବନାଉଛନ୍ତି ।

Leave A Reply

Your email address will not be published.