Latest Odisha News

BREAKING NEWS

ଶିଖର ଧୱନ ପକ୍ଷୀଙ୍କୁ ଦାନା ଖୁଆଇବା ନାବିକଙ୍କୁ ପଡିଲା ମହଙ୍ଗା

ବାରାଣାସୀ : ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା । ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନଙ୍କୁ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଦୁଇ ନାବିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ପ୍ରଶାସନ ଦୁଇ ନାବିକଙ୍କ ଚାଲାଣ କାଟିଛନ୍ତି । ନାବିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡଙ୍ଗା ଚଲାଇବାକୁ ପ୍ରତିବନ୍ଧକ ଲଗାଇଛନ୍ତି । 

ଜାନୁଆରୀ ୨୦ ତାରିଖରେ ଶିଖର ଧୱନ ବାରାଣାସୀ ଗସ୍ତରେ ଯାଇଥିଲେ । ସେଠାରେ ସେ ଡଙ୍ଗାରେ ବୁଲିଥିଲେ । ସେତେବେଳେ ସେ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇଥିଲେ । ଏହି ଘଟଣା ପରେ ନାବିକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବାରାଣାସୀରେ ବାର୍ଡ଼ ଫ୍ଲୁ ପାଇଁ ଗଙ୍ଗା ଘାଟ କୂଳରେ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଉପରେ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରତିବନ୍ଧକ ସତ୍ତ୍ୱେ ଶିଖର ଧୱନ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଫଟୋ ଭାଇରାଲ ପରେ ବାରାଣାସୀ ଦଶାଶ୍ୱମେଘ ଥାନାରେ ସେହି ଡଙ୍ଗା ଚଲାଉଥିବା ନାବିକଙ୍କ ଚାଲାଣ କଟାଯାଇଛି । 

Leave A Reply

Your email address will not be published.