Latest Odisha News

BREAKING NEWS

ଲକଡାଉନରେ ୩୫ ପ୍ରତିଶତ ବଢ଼ିଛି ଅରବପତିଙ୍କ ସମ୍ପତ୍ତି: ଅକ୍ସଫାମ

ନୂଆଦିଲ୍ଲୀ: କରୋନା କାଳରେ ଦେଶ ଦେଖିଥିଲା ଭୋକର କରୁଣ ଚିତ୍ର । ଲକଡାଉନରେ ବନ୍ଦୀ ହୋଇଥିବା ଭାରତର ଗରିବ ଲୋକ ମୁଠାଏ ଖାଦ୍ୟ ଖାଇବାକୁ ହାତ ପାତୁଥିଲେ । ଜୀବିକା ଚାଲି ଯାଉଥିଲା, ଜୀବନ ବଞ୍ଚାଇବାକୁ ଘରମୁହାଁ ହେଉଥିଲେ ପ୍ରବାସୀ । ହାତରେ ଟଙ୍କା ନଥିବା ବେଳେ ଅନେକଙ୍କ ପେଟକୁ ମିଳୁ ପାରୁନଥିଲା ମୁଠାଏ ଦାନା । କିନ୍ତୁ, କରୋନା ଲକଡାଉନ୍ ସମୟରେ ଦେଶର ଅରବପତିଙ୍କ ସମ୍ପତ୍ତି ବଢ଼ିଛି । ଗରିବୀର ମୂଳଉତ୍ପାଟନ ପାଇଁ କାମ କରୁଥିବା ସଂସ୍ଥା ଅକ୍ସଫାମ୍ କହିଛି- ଲକଡାଉନରେ ଭାରତୀୟ ଅରବପତିଙ୍କ ସମ୍ପତ୍ତି ୩୫ ପ୍ରତିଶତ ବଢ଼ିଛି । ଯେତେବେଳେ କି ଦେଶର କୋଟିକୋଟି ଲୋକଙ୍କ ଜୀବନଜୀବିକା ଛଡ଼ାଇ ନେଇଥିଲା କରୋନା ।

ଅକ୍ସଫାମର ‘ଇନଇକ୍ୱାଲିଟି ଭାଇରସ୍’ ରିପୋର୍ଟରେ କୁହାଯାଇଛି- ‘ମାର୍ଚ୍ଚ ୨୦୨୦ ପର ସମୟରେ ଭାରତର ଶହେ ଅରବପତିଙ୍କ ସମ୍ପତ୍ତିରେ ୧୨, ୯୭, ୮୨୨ କୋଟି ଟଙ୍କା ବୃଦ୍ଧି ହୋଇଛି । ଏତିକି ଟଙ୍କା ଦେଶର ୧୩.୮ କୋଟି ସବୁଠୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଲେ ସମସ୍ତଙ୍କୁ ୯୪ ହଜାର ୪୫ ଟଙ୍କା ଲେଖାଏଁ ମିଳିବ ।’

Oxfam Report: Lockdown Made Indians Billionaires 35 Percent Richer

ରିପୋର୍ଟରେ ଆୟ ଅସମାନତାକୁ କୁହାଯାଇଛି- ମହାମାରୀ ବେଳେ ମୁକେଶ ଅମ୍ବାନୀ ଗୋଟିଏ ଘଣ୍ଟାରେ ଯେତିକି କମାନ୍ତି, ସେତିକି ଆୟ ଜଣେ ଅଣକୁଶଳୀ ଶ୍ରମିକ ୧୦ ହଜାର ବର୍ଷ ଖଟିଲେ କରିପାରିବ । ରିପୋର୍ଟ ଅନୁସାରେ- କରୋନା ମହାମାରୀ ଗତ ଶହେ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସଂକଟ । ଏଥିପାଇଁ ୧୯୩୦ ଆର୍ଥିକ ମାନ୍ଦାବସ୍ଥା ପରେ ସବୁଠୁ ବଡ଼ ଆର୍ଥିକ ସଂକଟ ସୃଷ୍ଟି ହୋଇଛି ।

ଅକ୍ସଫାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ ବେହର କହିଛନ୍ତି- ‘ଅନ୍ୟାୟପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ଯୋଗୁଁ ସବୁଠୁ ବଡ଼ ଆର୍ଥିକ ସଂକଟ ବେଳେ ସବୁଠୁ ଧନୀ ଲୋକମାନେ ବହୁତ ଅଧିକ ସମ୍ପତ୍ତି କମାଇଛନ୍ତି । ଯେତେବେଳେ କି କୋଟି କୋଟି ଗରିବ ଲୋକ ଖାଇବା ମୁଠାଏ ପାଇଁ ସଂଘର୍ଷ କରୁଥିଲେ ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ।’

Leave A Reply

Your email address will not be published.