Latest Odisha News

BREAKING NEWS

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ

ଭୁବନେଶ୍ୱର: ଚଳିତବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ ।

ସେହିପରି ହାରାହାରି ୨୦ ପ୍ରତିଶତ ରହିବ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପସନ୍ ରହିବ । ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନର ମୂଲ୍ୟ ୫ ମାର୍କ ଭିତରେ ସୀମିତ ରହିବ । ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.