Latest Odisha News

BREAKING NEWS

ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀ ହନ୍ତସନ୍ତ

ରାୟଗଡା: ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶନିବାର ଦିନ ପାଖାପାଖି ୩ ଘଣ୍ଟା ଯାଏଁ ଟ୍ରେନ୍ ଅଟକି ରହିଛି । ଯାହାଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରେ କୌଣସି କାରଣବଶତଃ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଭାଲୁମୁସ୍କା ଷ୍ଟେସନଠାରୁ ପ୍ରାୟ ୪ କିମି. ଦୂରରେ ଟ୍ରେନ୍ ଅଟକି ରହିଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ଇଞ୍ଜିନ୍ ସାହାର୍ଯ୍ୟରେ ଟ୍ରେନକୁ ଭାଲୁମୁସ୍କା ଷ୍ଟେସନ୍ ଯାଏଁ ଅଣାଯାଇଥିଲା ।

ଅନ୍ତିମ ରିପୋର୍ଟ ଲେଖାଯିବା ବେଳକୁ ଏହି ଏକ୍ସପ୍ରେସ୍ ଟ୍ରେନକୁ ଭାଲୁମୁସ୍କା ଷ୍ଟେସନରେ ଅଟକା ଯାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ।

ତେବେ ଏନେଇ ରେଳବାଇ ଅଧିକାରୀଙ୍କ ନିକଟରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

Leave A Reply

Your email address will not be published.