Latest Odisha News

BREAKING NEWS

ଆରମ୍ଭ ପୂର୍ବରୁ ସୋ’ ଛାଡିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: କମିକ୍ ସିରିଜ “ଭାବିଜୀ ଘର୍ ପର୍ ହୈ”ର ପପୁଲାର ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ତା ଛଡା ବିଗ୍‌ବସ୍ ବିଜେତା ଭାବେ ମଧ୍ୟ ଶିଳ୍ପାଙ୍କୁ ଅନେକ ଲୋକ ଜାଣନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ଏକ ନୂଆ ସୋ’ରୁ ଓହରିଯିବାକୁ ଚିନ୍ତା କରିଛନ୍ତି ।

ଅଗଷ୍ଟ ୩୧’ରେ କମେଡି ସୋ “ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ” ଛୋଟ ପରଦାକୁ ଆସିବ । ଏଥିରେ ସୁନୀଲ ଗ୍ରୋଭରଙ୍କ ସମେତ ଅନ୍ୟ କଳାକାରଙ୍କ ତାଲିକାରେ ଶିଳ୍ପା ସିନ୍ଦେ ବି ସାମଲ ଥିଲେ । ହେଲେ ସୋ’ରେ ସୁନୀଲଙ୍କ ଉପସ୍ଥିତିକୁ ଆଦୌ ବରଦାସ୍ତ କରୁନାହାନ୍ତି ଶିଳ୍ପା । ଶିଳ୍ପାଙ୍କ ଅନୁଯାୟୀ ସେ ପୂର୍ବରୁ ସୁନୀଲଙ୍କ ସହ କାମ କରିବେନି ବୋଲି ପ୍ରଡକ୍ସନ ହାଉସକୁ ରୋକଠୋକ୍ ମନା କରିଥିଲେ । ତା ପରେ ବି ପ୍ରଡକ୍ସନ ହାଉସ ତାଙ୍କୁ ମିଛ କହି ସୁନୀଲଙ୍କୁ ଲିଡ୍ କ୍ୟାରେକ୍ଟର ଦେଇଥିଲା ।

ଏହି ଖବରକୁ ଶିଳ୍ପା ଅନ୍ୟ ସୁତ୍ରରୁ ଜାଣିବା ପରେ ପୁନର୍ବାର ପ୍ରଡକ୍ସନ ହାଉସକୁ ପଚାରିଥିଲେ । ହେଲେ ସୁନୀଲଙ୍କୁ ନେଇ ପ୍ରଡକ୍ସନ ହାଉସ ବାରମ୍ବାର ମିଛ କହିବା ପରେ ସେ ସୋ’ରୁ ଓହରିଯିବାକୁ ଚିନ୍ତା କରିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ସୋ’ରେ ସୁନୀଲ ହିଁ ମୁଖ୍ୟ ୟୁଏସ୍‌ପି ଫାକ୍ଟର ଥିବାରୁ ଶିଳ୍ପାଙ୍କୁ ଏତେଟା ଦମଦାର କିର୍ଦାର ମିଳିନାହିଁ । ଏହି କାରଣରୁ ଶିଳ୍ପା ଖପ୍ପା ଥିବା ଜଣାପଡିଛି ।

Leave A Reply

Your email address will not be published.