Latest Odisha News

BREAKING NEWS

ଭାରତ ପାକିସ୍ତାନ ସୀମାରେଖା ତଳେ ଗୁପ୍ତ ସୁଡଙ୍ଗ ଠାବ !

ନୂଆଦିଲ୍ଲୀ/ଜାମ୍ମୁ: ପାକିସ୍ତାନୀଙ୍କ ଯୋଜନାକୁ ପଣ୍ଡ କଲା ଭାରତର ବୋର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) । ଜାମ୍ମୁରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ । ଠିକ୍ ଭାରତ ଓ ପାକିସ୍ତାନ ସୀମାରେଖା ତଳେ ଖୋଳାହୋଇଥିଲା ବିରାଟକାୟ ସୁଡଙ୍ଗ । ହେଲେ ବିଏସ୍‌ଏଫ୍‌ର ନଜରରେ ଲୁଚିପାରିନଥିଲା ଏହି ଜଘନ୍ୟ ଷଡଯନ୍ତ୍ର ।

ସୁଡଙ୍ଗ ଠାବ ହେବା ପରେ ସର୍ଚ୍ଚ ଅପରେସନ ଜାରି ରଖିଛି ବିଏସ୍‌ଏଫ୍ । ନିର୍ଦ୍ଦେଶକ ଜେନେରାଲ୍ ରାକେଶ ଅସ୍ଥାନାଙ୍କ ନିର୍ଦ୍ଦେଶକ୍ରମେ କମାଣ୍ଡରମାନେ ସୁଡଙ୍ଗର କୋଣଅନୁକୋଣର ଯାଂଚ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭାରତ ସୀମାରେଖା ତରଫରୁ ସୁଡଙ୍ଗଟି ୫୦ମିଟର ପର୍ଯ୍ୟନ୍ତ ପାକିସ୍ତାନକୁ ମୁହାଁଇଥିଲା । ଗୁରୁବାର ଜାମ୍ମୁର ସମ୍ବା ସେକ୍ଟରରେ ପେଟ୍ରୋଲିଂ ଚାଲୁଥିବାବେଳେ ବିଏସ୍‌ଏଫ୍ ଟିମ୍ ପ୍ରଥମେ ସୁଡଙ୍ଗଟିକୁ ଠାବ କରିଥିଲେ ।

ସୁଡଙ୍ଗ ମଧ୍ୟରେ ୮ରୁ ୧୦ଟି ପ୍ଲାଷ୍ଟିକର ବାଲି ବସ୍ତା ମିଳିଥିଲାବେଳେ ସେଥିରେ କରାଚୀ ଓ ସାକାରଗଡ ଲେଖାହୋଇଛି । ତଦନ୍ତରେ ଇଣ୍ଟେଲିଜେନ୍ସ ବ୍ୟୁରୋ ସାମିଲ ହୋଇଥିଲାବେଳେ ସ୍ମଗଲିଂ ପାଇଁ ଏହି ସୁଡଙ୍ଗ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି । ୨୫ଫୁଟ ଗଭୀର ଏହି ସୁଡଙ୍ଗଟି ପାକିସ୍ତାନ ବୋର୍ଡରଠାରୁ ମାତ୍ର ୪୦୦ମିଟର ଦୂରରେ ରହିଛି । ସୁଡଙ୍ଗ ଠାବ ହେବା ପରେ ବିଏସ୍‌ଏଫ୍ ଅଧୀନରେ ଥିବା ୩୩୦୦କିମି ସୀମାରେଖାରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଦୁଇଗୁଣା କରାଯାଇଛି ।

Leave A Reply

Your email address will not be published.