Latest Odisha News

BREAKING NEWS

ଅକ୍ଟୋବର୧୪ରୁ ଖୋଲିବ ଶିମିଳିପାଳ : ସକାଳ ୬ଟାରୁ ୯ଟା ମଧ୍ୟରେ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ

ମୟୁରଭଞ୍ଜ: ଅକ୍ଟୋବର ୧୪ ତାରିଖରୁ ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଉଦ୍ୟାନ  । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ  । ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପର୍ଯ୍ୟଟକ ମାନେ ପ୍ରବେଶ କରିପାରିବେ ।

ଯଦି କେହି ଅଭୟାରଣ୍ୟରେ ରାତ୍ରିଯାପନ କରିବାକୁ ଚାହିଁବେ , ତେବେ ସେମାନଙ୍କୁ ଆଗୁଆ ଅନଲାଇନ୍ ମାଧ୍ୟମରେ ବୁକିଂ କରିବାକୁ ପଡିବ  । ଅଭୟାରଣ୍ୟ ଭିତରକୁ କୌଣସି ପ୍ଲାଷ୍ଟିକ, ପଲିଥିନ୍‌ ଓ ମାଦକ ଦ୍ରବ୍ୟ ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱଳ୍ପ ମୂଲ୍ୟରେ ଗାଇଡ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ବାରିପଦା ପଟୁ ପିଠାବଟା ଫାଟକ ଦେଇ ୨୫ଟି ଏବଂ ଯଶିପୁରରୁ କାଳିଆଣି ଫାଟକ ଦେଇ ପ୍ରତିଦିନ ଯଥାକ୍ରମେ ୩୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି ।

Leave A Reply

Your email address will not be published.