Latest Odisha News

BREAKING NEWS

ଲୋକସଭା ନିର୍ବାଚନ ୨୦୨୪; ପ୍ରଥମ ପାର୍ଥୀ ତାଲିକା ଘୋଷଣା କଲା ଶିବସେନା-ୟୁବିଟି

ମୁମ୍ବାଇ: ଘୋଷଣା ସରିଛି ନିର୍ବାଚନ ତାରିଖ । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ବ୍ୟସ୍ତ । ତେବେ ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ଜାରି କରିଛି ତା’ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିସହ ପାର୍ଥିଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ସମାପ୍ତ କରିଛି ଦଳ । କଂଗ୍ରେସ ନେତା ସଞ୍ଜୟ ନିରୁପମ ଯେଉଁ ସ୍ଥାନରୁ ଟିକେଟ୍‌ ଚାହୁଁଥିଲେ ଶିବସେନା ଅମୋଲ କୀର୍ତ୍ତିକରଙ୍କୁ ଟିକେଟ୍‌ ଦେଇଛି।

ଶିବସେନା ବୁଲଡାଣାରୁ ନରେନ୍ଦ୍ର ଖେଡକର, ମୁମ୍ବାଇ ଦକ୍ଷିଣରୁ ଅରବିନ୍ଦ ସାୱନ୍ତ, ପରଭଣି ଲୋକ ସଭା ଆସନରୁ ସଞ୍ଜୟ ଯାଦବ, ୟାଭତମାଲ ୱାଶିମରୁ ସଞ୍ଜୟ ଦେଶମୁଖ, ସାଙ୍ଗଲିରୁ ଚନ୍ଦ୍ରହାର ପାଟିଲ ଏବଂ ହିଙ୍ଗୌଲି ଆସନରୁ ନାଗେଶ ପାଟିଲଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି।

ଏହା ବ୍ୟତୀତ ସମ୍ଭାଜିନଗରରୁ ଚନ୍ଦ୍ରକାନ୍ତ ଖୈର, ଧାରସିଭ ଆସନରୁ ଓମରାଜେ ନିମ୍ବାଲକର, ଶିରିଡିରୁ ଭାଉସାହେବ ୱାଗଚୌର, ନାଶିକରୁ ରାଜୁଭଉ ୱେଜ, ରାଇଗଡରୁ ଅନନ୍ତ ଗୀତେ, ସିନ୍ଧୁଦର୍ଗ ରତ୍ନାଗିରିରୁ ବିନାୟକ ରାଉ ଏବଂ ଥାନେରୁ ରାଜନ ଭିଚାରେଙ୍କୁ ଟିକେଟ ମିଳିଛି। ସେହିପରି ଉତ୍ତର ପୂର୍ବ ମୁମ୍ବାଇର ସଞ୍ଜୟ ଦିନା ପାଟିଲ ଏବଂ ଉତ୍ତର ପଶ୍ଚିମ ମୁମ୍ବାଇରୁ ଅମୋଲ କୀର୍ତ୍ତିକର ଦଳର ପ୍ରାର୍ଥୀ ହେବେ।

ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏହାର ପାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ସେପଟେ ଏମଭିଏରେ ଅନ୍ତର୍ଭୁକ୍ତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏପର୍ଯ୍ୟନ୍ତ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ୪୮ ଟି ଲୋକସଭା ଆସନରେ ପାଞ୍ଚଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଠାରେ ୧୯ ଏପ୍ରିଲ, ୨୬ ଏପ୍ରିଲ, ୭ ମଇ, ୧୩ ମଇ ଏବଂ ୨୦ ମଇରେ ମତଦାନ ଅନୁଷ୍ଠିତ ହେବ। ଜୁନ୍ ୪ ରେ ନିର୍ବାଚନ ଫଳାଫଳ ଆସିବ । ମହାରାଷ୍ଟ୍ରରେ ଇଣ୍ଡିଆ ଆଲାଇନ୍ସ ଏବଂ ଏନଡିଏ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବ।

Leave A Reply

Your email address will not be published.