Latest Odisha News

BREAKING NEWS

ଇତିହାସ ରଚିବ ସାଉଦି ଆରବ, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ

ରିୟାଦ: ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ । ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ପଠାଇବ । ଏପରି କରିବାରେ ସାଉଦି ଆରବ ପ୍ରଥମ ମୁସଲିମ ଦେଶ ହୋଇଛି । ଏହା ସାଉଦି ଆରବ ପାଇଁ ଏକ ଐତିହାସିକ ପଦକ୍ଷେପ ଅଟେ ।

୨୭ ବର୍ଷୀୟ ମଡେଲ ରୁମୀ ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବକୁ ପ୍ରତିନିଧିତ୍ୱ କରିବେ । ଏନେଇ ନିଜେ ରୁମୀ ଅଲକାହତାନୀ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବାରେ ସେ ହେବେ ଦେଶର ପ୍ରଥମ ପ୍ରତିଯୋଗୀ ।

ଏହା ପୂର୍ବରୁ ରୁମୀ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି । ସେ ମିସ୍ ସାଉଦି ଆରବ, ମିସ୍ ମିଡିଲ୍ ଇଷ୍ଟ, ମିସ୍ ଆରବ ୱାର୍ଲ୍ଡ ପିସ୍ ୨୦୨୧ ଓ ମିସ୍ ୱିମେନ୍ (ସାଉଦି ଆରବ) ପ୍ରତିଯୋଗିତା ଜିତିଛନ୍ତି । ସେ ସୋଶାଲ ମିଡିଆରେ ବେଶ୍ ସକ୍ରିୟ । ଇନଷ୍ଟାଗ୍ରାମରେ ତାଙ୍କର ୧୦ ଲକ୍ଷ ଫୋଲଅର୍ସ ଅଛନ୍ତି ।

ତେବେ ମିସ୍‌ ୟୁନିଭର୍ସ ଭଳି ପ୍ରତିଯୋଗିତାରେ ଭାଗ ନେବା ସାଉଦି ଆରବ ପାଇଁ ଏକ ବଡ଼ ପଦକ୍ଷେପ । କାରଣ ସାଉଦି ଆରବ ସବୁବେଳେ ତା’ର ରୁଢ଼ିବାଦୀ ଚିନ୍ତାଧାରା ପାଇଁ ସବୁବେଳେ ନିନ୍ଦିତ ରହିଆସୁଥିଲା ତାର ଛବି ଏବେ ବଦଳିବାରେ ଲାଗିଛି । ନିକଟରେ ଅଣ-ମୁସଲମାନ ଗୋଷ୍ଠୀଙ୍କ ପାଇଁ ରିୟାଦରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲା । ଏହା ବ୍ୟତୀତ ମହିଳାଙ୍କୁ ସାର୍ବଜନୀନ ଭାବେ ଗାଡି ଚଳାଇବା ଏବଂ ପୁରୁଷଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନବୋକୁ ଅନୁମତି ଦେଇଥିଲା ।

ତେବେ ଏଥିରୁ ଅନୁମୟେ ଯେ, ଧିରେ ଧିରେ ସାଉଦି ଆରବ ତାର ରୁଢ଼ିବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଆଣୁଛି ।

Leave A Reply

Your email address will not be published.