Latest Odisha News

BREAKING NEWS

ରାୱଲପିଣ୍ଡି ଏକ୍ସପ୍ରେସ ହୋଇଥାନ୍ତେ ଗ୍ୟାଙ୍ଗଷ୍ଟାର

କରାଚୀ: ପାକିସ୍ତାନ କ୍ରିକେଟର ମହାନ ବୋଲର ଶ୍ରେଣୀରେ ସାମିଲ ସୋଏବ ଅଖତରାଙ୍କ ଅନେକ ପ୍ରଶଂସକ ଭାରତରେ ଅଛନ୍ତି । କ୍ରିକେଟରେ ପ୍ରତିଷ୍ଠିତ ହେବା ପରେ ସୋଏବ ବଲିଉଡ ଉପରେ ଆଖି ପକାଇଥିଲେ । ଏପରିକି ଗ୍ୟାଙ୍ଗଷ୍ଟାର ଫିଲ୍ମର ମୂଖ୍ୟ ଭୂମିକା ମଧ୍ୟ ତାଙ୍କୁ ଅଫର ହୋଇଥିଲା । ସୋଏବ ତାଙ୍କ ବାୟୋପିକ ରାୱଲପିଣ୍ଡି ଏକ୍ସପ୍ରେସ: ରେସିଂ ଏଗନେଷ୍ଟ ଦି ଅଡସରେ ଏହି ଖୁଲାସା କରିଛନ୍ତି । ତେବେ ସେ ସମୟରେ ଉପଯୁକ୍ତ ସମୟ ନ ଥିବାରୁ ସୋଏବ ଏହି ଅଫରକୁ ଗ୍ରହଣ କରିପାରି ନ ଥିଲେ । ମହେଶ ଭଟ୍ଟଙ୍କ ଗ୍ୟାଙ୍ଗଷ୍ଟାର ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

ଭାରତ ବିପକ୍ଷରେ ସୋଏବ ୧୦ ଟେଷ୍ଟ ମ୍ୟାଚରେ ୨୮ ୱିକେଟ ଅକ୍ତିଆର କରିଥିଲେ । ସେହିପରି ୨୮ ଦିିନିକିଆରେ ୪୧ ୱିକେଟ ହାସଲ କରିଥିଲେ । କାନ୍ଧ ସମସ୍ୟା ଯୋଗୁ ସୋଏବ ୨୦୧୧ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ସମୟରେ ସୋଏବ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା କ୍ରିକେଟପ୍ରେମୀଙ୍କୁ ବେଶ ରୋମାଂଚ ଯୋଗାଇଥିଲା ।

Leave A Reply

Your email address will not be published.