Latest Odisha News

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।

“ସାମାଜିକ ସୁସ୍ଥତା ବଜାୟ ରଖିବା ଏବଂ ଏହାର ଅକ୍ଷୁର୍ଣ୍ଣତା ଲାଗି ଲକ୍‌ଡାଉନ ଏକ ବିରାଟ ବିପ୍ଳବ । ଏହି ମରଣାନ୍ତକ ଭୂତାଣୁ ସହିତ ଲଢେଇରେ ରାଜ୍ୟ ସମେତ ସାରା ଦେଶର ଜନସାଧାରଣ ଏକଜୁଟ ହୋଇଛନ୍ତି ।” ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ୯୦ ରୁ ୯୫ ପ୍ରତିଶତ ଜନସାଧାରଣ ଏହି ଲକ୍‌ଡାଉନର ସମସ୍ତ ଗାଇଡ୍ ଲାଇନକୁ ପାଳନ କରୁଛନ୍ତି । ଅବଶିଷ୍ଟ ୫ ପ୍ରତିଶତ ଜନସାଧାରଣଙ୍କୁ ସମସ୍ତେ ଲକ୍‌ଡାଉନର ଉପକାରିତା ସମ୍ପର୍କରେ ବୁଝାଇବା ଆବଶ୍ୟକ । ଏହି ଲକ୍‌ଡାଉନ୍ ସମୟରେ ବାହାରକୁ ନ ବାହାରି ଘରେ ରହିବା ଉଚିତ ।

“ଆମେମାନେ ଲକ୍‌ଡାଉନର ସମସ୍ତ ଗାଇଡଲାଇନ୍ ମାନି ଘର ଭିତରେ ରହିବାକୁ ପଡ଼ିବ । ଯଦି ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଭୂଲ୍ କରିବସୁ ତେବେ ଆମ ସମସ୍ତଙ୍କୁ ଏଥିଲାଗି ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ।” କରୋନା ଭୂତାଣୁ ସମ୍ପର୍କରେ ଏହି ସଚେତନତାପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ଶ୍ରୀ ପ୍ରଧାନ ।

Leave A Reply

Your email address will not be published.