Latest Odisha News

BREAKING NEWS

ଵ୍ରହ୍ମପୁର ଖଜୁରିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ୫ ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଵ୍ରହ୍ମପୁର: ଵ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ଗୁଳିକାଣ୍ଡ ଘଟିଛି । ଉକ୍ତ ଗାଁର ହୀନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ଜଣ ଦୁର୍ବୁତ୍ତ ଏହି ଗୁଳିମାଡ଼ କରିଥିବା ବେଳେ ହୀନଙ୍କ ଅଣ୍ଟାରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ କାବୁ କରି ଘଟଣା ବିଷୟରେ ପଚରାଉଚରା କରୁଥିବା ଜଣାପଡିଛି ।

ବ୍ରହ୍ମପୁର ଟାଉନ୍ ଏସ୍‌ଡିପିଓ, ଗୋସାଣି ନୂଆଗାଁ ଥାନା ଅଧିକାରୀ ବଡ ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.