Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୧ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ରାଉରକେଲା ଯିବେ । ସେଠାରେ ଏନଆଇଟିର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କ ଆରଟି-ପିସିଆର୍ ପ୍ରକ୍ରିୟାରେ କୋଭିଡ୍ ଟେଷ୍ଟ କରାଯିବ । ଏନେଇ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ଜିଲ୍ଲାର ଡିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Chief Secretary reviewing preparations for ensuing visit of President of India to Odisha

ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ଯୋଗେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ପୁରୀ ଜିଲ୍ଲାପାଳ ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ହୋଇଥିବା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ଏନଆଇଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏନଆଇଟି ସମାବର୍ତ୍ତନ ଉତ୍ସବରେ ମଞ୍ଚରେ ବସିବାକୁ ଅତିଥି, ଶିକ୍ଷାବିତ୍ ଏବଂ ମଞ୍ଚ ଉପରୁ କୌଣସି ପ୍ରକାରର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ।

Chief Secretary reviewing preparations for ensuing visit of President of India to Odisha

ବିମାନବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଥିବା ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ସବୁସ୍ଥାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ । ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନା ଉଦଘାଟନ କରିବେ । ତା’ପରଦିନ ଅର୍ଥାତ୍ ୨୨ ତାରିଖରେ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ କୋଣାର୍କ ମନ୍ଦିର ପରିଦର୍ଶନରେ ଯିବେ ।

Leave A Reply

Your email address will not be published.