Latest Odisha News

BREAKING NEWS

୪ ଶହରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ସହ ଯାଜପୁରରେ ପହଁଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ଯାଜପୁର: ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନରେ ପହଞ୍ଚିଛି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍ । ସୁରଟରୁ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ ଯାଜପୁର ସମେତ କଟକ, ଜଗତସିଂହପୁର, କେଉଁଝର, ପୁରୀ, ନୟାଗଡ ଓ ଖୋର୍ଦ୍ଧା ଆଦି ୭ଟି ଜିଲ୍ଲାର ୪ ଶହରୁ ଉର୍ଦ୍ଧ ପ୍ରବାସୀ ଓଡିଆ ଏହି ରେଳ ଷ୍ଟେସନରେ ଓହ୍ଲାଇଥିଲେ ।

ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ଥର୍ମାଲ ସ୍କାନିଂ କରାଯିବା ସହିତ ହାତରେ ଷ୍ଟାମ୍ପ ମରାଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବସ ଯୋଗେ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ପ୍ରବାସୀଙ୍କ ଫେରିବା ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମସ୍ତ ପ୍ରକାର ବନ୍ଦବୋସ୍ତ କରାଯାଇଥିଲା ।

ପ୍ରବାସୀଙ୍କ ଏହି ଟ୍ରେନ୍ ପହଞ୍ଚିବା ସମୟରେ ଯାଜପୁର ଜିଲ୍ଲାପାଳ, ଏସ.ପି, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଓ ଅନ୍ୟ ବରିଷ୍ଠ ପୋଲିସ ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ରୋଡ ସହରରେ ୧୪୪ ଧାରା ଜାରି କରାଯିବା ସହ ଷ୍ଟେସନ ଇଲାକାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

Leave A Reply

Your email address will not be published.