ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥରେ ଅନେକ ତତ୍ୱ ଆଲୋଚିତ ହୋଇଥିବାର ଜାଣିଲେ। ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପୂର୍ଣ୍ଣ ଏହି ଗ୍ରନ୍ଥ ମଧ୍ୟ ମାଧୁର୍ଯ୍ୟମୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷ ପ୍ରେମରସ ଯାହାକି ସଂସାରରେ ରାସ ନାମରେ ଅଭିହିତ ହୋଇଛି ତାର ସୁନ୍ଦର ବର୍ଣ୍ଣନାରେ ପରିପୂର୍ଣ୍ଣ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦ ଅନ୍ତର୍ଗତ ୩୦ ଅଧ୍ୟାୟରୁ ୩୪ ଅଧ୍ୟାୟରେ ଏହି ରାସର ବିସ୍ତୃତ ବର୍ଣ୍ଣନା ମିଳିଥାଏ।
ସାଧାରଣରେ ଏହା ରାସ ଲୀଳା ଭାବରେ ବିଶେଷ ଭାବରେ ଆଦୃତ ହୋଇଛି, ଅର୍ଥାତ ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟିଥାଏ ତାହାହିଁ ରାସଲୀଳା। ଅନେକ ପୁରାଣ ଏହାକୁ ଅନେକ ରୂପରେ ଅଭିହିତ କରାଇଛି। ଯେପରି ବିଷ୍ଣୁ ପୁରାଣ ମତରେ ଶ୍ରୀକୃଷ୍ଣ ଓ କୃଷ୍ଣବଲ୍ଲଭା ଗୋପାଙ୍ଗନା ମାନଙ୍କର ମିଳିତ ନୃତ୍ୟ ଦ୍ୱାରା ରାସରାଜ ଶୃଙ୍ଗାର ବା ମାଧୁର୍ଯ୍ୟ ରସର ସମ୍ପୂର୍ଣ ପରିପ୍ରକାଶ ଘଟିଲେ ତାହା ହିଁ ରାସ ରୂପେ ପରିଗଣିତ ହୁଏ (ଏହାର ବିଷଦ ଆଲୋଚନା ପ୍ରସଙ୍ଗ କ୍ରମେ କରିବା )।
କେବଳ ବିଷ୍ଣୁ ପୁରାଣ ନୁହେଁ, ରାସ ବିଷୟରେ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ହରିବଂଶ ପୁରାଣ, ତଥା ଦେଵୀ ଭାଗବତରେ ମଧ୍ୟ ବର୍ଣିତ ହୋଇଛି। କିନ୍ତୁ ସର୍ବଦା ଏହି ଲୀଳାର ନାୟକ ହେଉଛନ୍ତି ଶ୍ରୀକୃଷ୍ଣ ଓ ନାୟିକା ହେଇଛନ୍ତି ସମସ୍ତ ବ୍ରଜାଙ୍ଗନା। ସେମାନଙ୍କ ମଧ୍ୟରେ ଗୀତ, ବାଦ୍ୟ ଓ ନୃତ୍ୟ ଆଦି କଳାରେ ପୂର୍ଣ୍ଣ ଏକ ଅପ୍ରାକୃତ ପ୍ରେମର ଲୀଳା ହିଁ ରାସ ଲୀଳା। ସମଗ୍ର ବୃନ୍ଦାବନର ବାଲୁକା ମୟ ବିଶାଳ ପ୍ରାନ୍ତର ହୋଇଯାଏ ରାସ ପୀଠ, ଶାସ୍ତ୍ର କହେ ସମସ୍ତ ବୃନ୍ଦାବନ ବୃନ୍ଦାବତୀଙ୍କ ନିୟନ୍ତ୍ରଣରେ ରହିଥାଏ। ଯଥା
“ବୃନ୍ଦୟାଃ ରକ୍ଷିତଂ ବନଂ ବୃନ୍ଦାବନ”
ଶାସ୍ତ୍ର ଏକଥା ମଧ୍ୟ କହଛି ଯେ ଏହି ରାସଲୀଳା ଯୋଗମାୟାଶ୍ରିତ ହେତୁ ପ୍ରଳୟ କାଳରେ ମଧ୍ୟ ବିନିଷ୍ଠ ହୁଏନି ସେଥିପାଇଁ ଏହା ନିତ୍ୟରାସ ଭାବରେ ମଧ୍ୟ ବିଦିତ ଅଟେ। କିନ୍ତୁ ଆମେ ଭାଗବତ ବର୍ଣିତ ଶରଦରାସ ବିଷୟରେ ବିଷଦ ଆଲୋଚନା କରିବା। କାରଣ ବ୍ୟାସଦେବଙ୍କ ବର୍ଣନାରେ ସେହି ଶରତ ପୁର୍ଣିମା ରାତ୍ରିର ବର୍ଣନା ସହ ରାସ ବର୍ଣିତ ଭଗବାନପି ତା ରାତ୍ରିଃ ଶରଦୋତଫୁଲ୍ଲମଳିକା8 ବୀକ୍ଷ ରନ୍ତୁଂ
ମନଶ୍ଚକ୍ରେ ଯୋଗମାୟାମୁପାଶ୍ରିତଃ ”
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-40-srimad-bhagwat-is-a-philosophical-text-and-it-is-acceptable/
ଅର୍ଥାତ ପ୍ରଫୁଲ୍ଲିତ ମଲ୍ଲୀକା ସଦୃଶ୍ୟ ଶରତ ପୁର୍ଣିମା ରାତ୍ରିର ଶୋଭା ଦେଖି ଭଗବାନ ଶ୍ରୀକୃଷ୍ଣ ଯୋଗମାୟାଙ୍କ ଆଶ୍ରୟ ନେଇ ଗୋପାଙ୍ଗନା ମାନଙ୍କ ସହ ରାସ ରଚିବାକୁ ଚିନ୍ତା କଲେ। କିନ୍ତୁ ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ଯୋଗ ମାୟା ଉଲ୍ଲେଖ ହୋଇ ନାହାନ୍ତି, ସେ ଲେଖିଲେ
ରଜନୀ ଚିରକାଳ କଲେ।
ମାୟା ପଟଳ ପ୍ରକାଶିଲେ।।
ବୋଇଲେ ହୁଅ ବ୍ରହ୍ମ ନିଶି।
ସହସ୍ର ଯୁଗ ଯା ପ୍ରକାଶି।।
ପରବର୍ତୀ ସମୟରେ ବ୍ରହ୍ମ ନିଶିରେ ସଂଗଠିତ ହେଉଥିବା ମହାରାସର ସମ୍ପୂର୍ଣ ଆଲୋଚନା କରିବା ଶ୍ରୀମଦ ଭାଗବତ ଆଧାରରେ ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.