Latest Odisha News

ବର୍ଷକ ପରେ ଶୁକ୍ର ନିଜ ରାଶିରେ କରିବେ ପ୍ରବେଶ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ-ସମ୍ପତ୍ତି, ସୁଖସମୃଦ୍ଧି, ପ୍ରେମ, ଆଭୂଷଣ,ଆନନ୍ଦ, ବୈଭବ, ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ଆକର୍ଷଣର କାରକ ଶୁକ୍ର ଅଟନ୍ତି । ଶୁକ୍ର ପ୍ରାୟ ୧ ବର୍ଷ ପରେ ନିଜ ରାଶି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।

ଶୁକ୍ର ଗ୍ରହ ନିଜ ରାଶି ବୃଷରେ ପ୍ରବେଶ କରିବେ ଏବଂ ଏହା ବହୁତ ମଙ୍ଗଳମୟ ଅଟେ । ଏହି ଗୋଚର ଦ୍ବାରା ଶୁକ୍ର କିଛି ରାଶି ଉପରେ ଟଙ୍କା ବର୍ଷା କରିପାରନ୍ତି। ରାଜା ପରି ଏକ ବିଳାସପୂର୍ଣ୍ଣ ଜୀବନ ଦେବେ।

ଏହି ଗୋଚର ୨୯ ଜୁନ୍ ୨୦୨୫ ରେ ହେବ । ଶୁକ୍ର ମେଷ ରାଶିରୁ ବୃଷ ରାଶିକୁ ଯିବେ,। ବୃଷ ରାଶିକୁ ଶୁକ୍ରଙ୍କ ରାଶି ବୋଲି ବିବେଚନା କରାଯାଏ । ନିଜ ରାଶିକୁ ଶୁକ୍ର ଆସିଲେ, ଶୁକ୍ର ଗ୍ରହର ପ୍ରଭାବ ବହୁ ଗୁଣରେ ବୃଦ୍ଧି ପାଏ।

ତେବେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା..

ମକର- ଏହି ରାଶିର ବ୍ୟକ୍ଚି ବିଶେଷଙ୍କୁ ଲାଭ ମିଳିବ । ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ପରିଶ୍ରମର ଶୁଭଫଳ ମିଳିବ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରୋଜଗାରରେ ଉନ୍ନତି ହେବ ଓ ଜବ୍ ଖୋଜୁଥିଲେ ଜବ୍ ମିଳିବ ।

ବୃଷ- ଶୁକ୍ରଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅଧିକ ଲାଭ ମିଳିବ । ଜୀବନରେ ସୁଖସମୃଦ୍ଧି ମାଡି ଆସିବ । ହଠାତ୍ ଧନ ପ୍ରାପ୍ତ ହେବ । ସମ୍ପତ୍ତି ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଉନ୍ନତି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବାର ଅଧିକ ସମ୍ଭାବନା ରହିଛି । ଚାକିରୀରେ ଶୁଭଫଳ ମିଳିବା ସହ ପଦନ୍ନୋତି ହେବ ।

କନ୍ୟା- ଏହି ରାଶି ଲୋକଙ୍କୁ ସମସ୍ତ ଲାଭ ମିଳିବ । ଭାଗ୍ୟବାନ୍ ହେବେ । ଜୀବନରେ ସୁଖ-ସମୃଦ୍ଧି, ଶାନ୍ତି ଆସିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ। ମାନସମ୍ମାନ ବଢିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିବ ।

Comments are closed.