ନୂଆଦିଲ୍ଲୀ: ଧୂରନ୍ଧର ଫିଲ୍ମରେ ହମଜା ଭୂମିକା କରି ରଣବୀର ସିଂ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ରିପୋର୍ଟ ମୁତାବକ ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଅମୀଶ ତ୍ରିପାଠୀଙ୍କ ଶିବା ଟ୍ରାଇଲୋଜି ଯାହା ଇର୍ମୋଟାଲ୍ସ ଅଫ ମେଲୁହା ସିରିଜ ନାମରେ ଖ୍ୟାତି ଅର୍ଜନ କରିଛି ଖୂବ ଶୀଘ୍ର ଫିଲ୍ମର ରୂପ ନେବାକୁ ଯାଉଛି । ଏଥିରେ ସେ ଭଗବାନ ଶିବଙ୍କ ଭୂମିକା କରିବେ ବୋଲି ଜଣାପଡିଛି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ରଣବୀର ତାଙ୍କର ପ୍ରଡକ୍ସନ ବ୍ୟାନର ମାଁ କସମ ଫିଲ୍ମସରେ ଏହାକୁ ନିର୍ମାଣ କରିବାକୁ ଚାହୁଁଛନ୍ତି । ସେ ଏହାର ରାଇଟ୍ସ ମଧ୍ୟ ହାସଲ କରି ସାରିଛନ୍ତି ।
ଅମୀଶଙ୍କ ଏହି ସିରିଜ ସର୍ବାଧିକ ବିକ୍ରି ଉପନ୍ୟାସ ମଧ୍ୟରେ ରହିଥିଲା । ଏହାର ପ୍ରଥମ ୨ଟି ସଂସ୍କରଣରେ ହିମାଳୟରେ ମେଲୁହା ପ୍ରାଚୀନ ସାମ୍ରାଜ୍ୟରେ ଏକ ଯୋଦ୍ଧାର ଉତଥାନ ଉପରେ ଏହା ଆଧାରିତ । ଶିବଙ୍କୁ ଆଖି ଆଗରେ ରଖାଯାଇ ଏହାକୁ ମୂଖ୍ୟ ଚରିତ୍ରକୁ ଚିତ୍ରଣ କରାଯାଇଛି । ରଣବୀର ଏଥିପାଇଁ ବିଡଲା ଷ୍ଟୁଡିୟୋଜ ସହ ଚୁକ୍ତି ମଧ୍ୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ କିଏ ହେବ ତାହା ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଛି । ସ୍କ୍ରିପ୍ଟକୁ ଠିକ ଭାବେ ପ୍ରସ୍ତୁତ କରି କାହାଣୀ ଆଗକୁ ବଢ଼ାଇବା ପାଇଁ ଏବେ ଯୋଜନା କରାଯାଉଛି । ଧୂରନ୍ଧରର ୨ଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ପରେ ରଣବୀର ଏବେ ବକ୍ସ ଅଫିସ କିଙ୍ଗ ସାଜିଛନ୍ତି ।