Latest Odisha News

BREAKING NEWS

ତାହାହେଲେ ସାରା ନୁହେଁ ଏହି ହୀରୋଇନଙ୍କୁ ଭଲ ପାଉଛନ୍ତି ଶୁଭମନ

ମୁମ୍ବାଇ: ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସାରା ଅଲୀ ଖାଁଙ୍କ ସହ ତାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ରଶ୍ମିମା ମାନ୍ଦନାଙ୍କ ସହ ତାଙ୍କ ସମ୍ପର୍କ ଏଥିରେ ଆଉ ଏକ ଅଧ୍ୟାୟ ଯୋଡିଛି । ଏହା ସତ ନା ଗୁଜବ ତାହା ଅବଶ୍ୟ ସ୍ପଷ୍ଟ ହୋଇ ନାହିଁ । ଶୁଭମନ ଓ ରଶ୍ମିକାଙ୍କୁ କେତେକ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି । ଶୁଭମନ ନିଜେ ମଧ୍ୟ ସୋନମ ବାଜୱାଙ୍କ ଶୋରେ ଏ ସମ୍ପର୍କରେ ଖୁଲାସା କରିଛନ୍ତି । ଏହା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଡେଟ କରୁଥିବା ଖବର ପ୍ରକାଶ ପାଇଥିଲା । ରଶ୍ମିକା ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ମିଶନ ମଜନୁ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ଏହା ବ୍ୟତୀତ ରଣବୀର କାପୁରଙ୍କ ସହ ଆନିମଲ, ପୁଷ୍ପା ୨ ଓ ଟାଇଗର ଶ୍ରଫଙ୍କ ସହ ଏକ ଅନାମ ଫିଲ୍ମରେ କାମ କରୁଛନ୍ତି । ସୂଚନାଯୋଗ୍ୟ, କ୍ରିକେଟରଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବିରାଟ କୋହଲି-ଅନୁଷ୍କା ଶର୍ମା, କେଏଲ ରାହୁଲ-ଆଥିୟା ଶେଟ୍ଟୀ, ଯୁବରାଜ ସିଂ-ହେଜଲ ଏହାର ଜ୍ୱଳନ୍ତ ଉଦାହରଣ ।

Leave A Reply

Your email address will not be published.