Latest Odisha News

BREAKING NEWS

ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯିବ । ଏହି ମ୍ୟାଚରେ ଗିଲଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଥମ ଦିିନିକିଆରେ ବ୍ୟକ୍ତିଗତ ଭାବେ ୮୦ ରନ କରିଥିବା ବେଳେ ଗିଲ ରିଟାୟର ହର୍ଟ ହୋଇଥିଲେ । ଯଦି ଗିଲ ଏହି ମ୍ୟାଚରେ ନ ଖେଳିବେ ତେବେ ଶ୍ରେୟାଶ ଆୟାର ଦଳର ନେତୃତ୍ୱ ନେଇପାରନ୍ତି । ଈଶାନ କିଶାନ ଓପନିଂ କରିବେ । ଗିଲ ଭଲ ଫର୍ମରେ ଥିବାରୁ ଏହା ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇପାରେ ।

ରୋହିତ ଶର୍ମା ଓ ବିରାଟ କୋହଲି ପୂର୍ବ ଭଳି ଲୟରେ ରହିଲେ ଭାରତ ନିଶ୍ଚିତ ଭାବେ ଘରୋଇ ଦଳକୁ ଚାପରେ ପକାଇ ପାରିବ । କାର୍ଡିଫରେ ପେସ ବୋଲର ଫାଇଦାରେ ରହିବେ ବୋଲି ଆଶା କରାଯାଉଛି । ଈଶାନଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିପାରେ । ଟି୨୦ ସିରିଜ ହାରିବା ପରେ ଦିନିକିଆରେ ବିଜୟ ହାସଲ କରି ଭାରତ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.