Latest Odisha News

BREAKING NEWS

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।

ବହୁ ଦିନରୁ ଅସୁସ୍ଥ ଥିଲେ ବାପି ଲାହାରି । କ୍ରିଟି କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତକାଲି ରାତିରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିଲା । ଗତବର୍ଷଠାରୁ ସେ ବିଭିନ୍ନ ସମୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତକୁ ଦିନ କେଇଟା ଯାଇନି ବାପି ଲାହିରିଙ୍କ ଅକାଳ ବିୟୋଗ ସଙ୍ଗୀତ ଦୁନିଆକୁ ସ୍ତବ୍ଧ କରି ଦେଇଛି ।
ସାରା ବଲିଉଡରେ ଶୋକର ଛାୟା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଙ୍ଗୀତ ନିର୍ଦ୍ଦେଶକ, ପ୍ରଯୋଜକ, ଚଳଚ୍ଚିତ୍ର ଦୁନିଆର ବିଶିଷ୍ଟ ବ୍ୟକ୍ତି ବାପି ଲାହାରିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶତାଧିକ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହାରି । ଯାହା ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ ।

ବାପି ଲାହାରିଙ୍କର ନିଜର ନିଆରା ଷ୍ଟାଇଲ୍ ଥିଲା । ସବୁବେଳେ ସୁନା ପିନ୍ଧିବା ଓ ଚଷମା ଲଗାଇବା ପସନ୍ଦ କରୁଥିଲେ । ବେକରେ ମୋଟା ମୋଟା ଚେନ୍, ହାତ ଆଙ୍ଗୁଠିରେ ବଡ଼ ବଡ଼ ସୁନା ମୁଦି ସମେତ ସୁନା ଅଳଙ୍କାର ପିନ୍ଧିବା ତାଙ୍କର ସଉକ ଥିଲା । ତାଙ୍କୁ କୁହାଯାଉଥିଲା ବଲିଉଡର ପ୍ରଥମ ରକ୍ ଷ୍ଟାର ସିଙ୍ଗର ।

Comments are closed, but trackbacks and pingbacks are open.