Latest Odisha News

BREAKING NEWS

କବିତା : କ୍ୟାଲେଣ୍ଡର ଆଉ ତୁମେ

ଅର୍ପିତା ମଲ୍ମିକ 

କ୍ୟାଲେଣ୍ଡରର ପୃଷ୍ଠା
ଓଲଟେଇବାଟା
କେଉଁ ଏକ ବଡ କଥା ଯେ ,
ମାସ ପରେ ମାସ ଆଉ
ବର୍ଷ ପରେ ବର୍ଷ
ଦିନ ପରେ ଆଉ ଗୋଟେ ଦିନ
ସବୁଦିନ ବଦଳେଇ ଦିନେ
ତୁମେ ବି ବଦଳି ଗଲ
କ୍ୟାଲେଣ୍ଡର ପରି ଫଗୁଣରୁ
ଶ୍ରାବଣକୁ ଓଲଟେଇ ହେଲ
ଶୀତର ପ୍ରକୋପରେ ବି
ତୁମେ , ଗ୍ରୀଷ୍ମର ତାଣ୍ଡବ ରଚିଲ
ଧୁଁ ଧୁଁ ଖରାବେଳ ଟାରେ
ବରଷାର ବନ୍ୟା ବୁହାଇଲ
ନୂଆ କ୍ୟାଲେଣ୍ଡର ପରି
ତୁମେ ସିନା ଓଲଟି ପଡିଲ
ଦିନୁ ଦିନ ଯେତେ ବଦଳିଲେ ବି
ମୋ ପାଇଁ ସେଇ ପୁରୁଣା
ଧୁସର କ୍ୟାଲେଣ୍ଡର ର
ପୃଷ୍ଠା ପରି ସ୍ମୁତି ସାଜି
ଚିରଦିନ ମୋ ମନେ ରହିଲ ।।

 

Comments are closed, but trackbacks and pingbacks are open.