Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆଜି ଭୋଟିଂ ଡେ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନରେ ଭୋଟ୍ ନିଆଯାଉଛି । ସେହିପରି ୧୬୬୯ଟି ଗ୍ରାମ ପଞ୍ଚାୟତ ପାଇଁ ମତଦାନ ଚାଲିଛି । ଏଥିପାଇଁ କରାଯାଇଛି ୨୨ହଜାର ୩୭୯ଟି ବୁଥ୍ । ମୋଟ୍ ୬୭ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ଓ୍ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ ।

କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଚାଲିଛି ମତଦାନ । ସକାଳ ୭ଟା ପୂର୍ବରୁ ବିଭିନ୍ନ ବୁଥ ଆଗରେ ଭୋଟରଙ୍କ ଲାଇନ୍ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାମାଜିକ ଦୂରତା ରକ୍ଷା କରି ଭୋଟ୍ ଦେବାକୁ ଯାଉଛନ୍ତି ଭୋଟର ।

ମତଦାତାମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ । ଏହାବ୍ୟତୀତ ଅନ୍ୟ ୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇ ଭୋଟ୍ ଦେଇପାରିବେ । ମତଦାତା ପାନ କାର୍ଡ , ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ, ରାସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଦେଖାଇ ମତଦାନ କରିପାରିବେ । ଦିନ ଗୋଟାଏ ଯାଏ ଭୋଟ୍ ନିଆଯିବ ।

Comments are closed, but trackbacks and pingbacks are open.