Latest Odisha News

BREAKING NEWS

ୟୁପି ମାଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୟୁପିରେ ଥିବା ସମସ୍ତ ମାଦ୍ରାସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ଶିକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ର, ଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଏ ନେଇ ଏକ ବୈଠକ ମାର୍ଚ୍ଚ ୨୪ରେ ୟୁପି ମାଦ୍ରାସା ଏଜୁକେଶନ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲେ । ଏହା ପରେ ୟୁପି ସଂଖ୍ୟା ଲଘୁ ମନ୍ତ୍ରୀ ଦାନିଶ ଅଜାଦ ଏହି ନିର୍ଦ୍ଦେଶନାମା ଜାରୀ କରିଥିଲେ । ମେ ୯ରେ ଏହାକୁ ପାରିତ କରା ଯାଇଥିଲା ।

ମାଦ୍ରାସା ବିଦ୍ୟାର୍ଥୀମାନେ ଜାତୀୟ ସଙ୍ଗୀତ ଗାନ କଲେ ସେମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ ହେବ ବୋଲି ଆଶା କରାଯାଉଛି । ବିଭିନ୍ନ ଧର୍ମର ଲୋକ ଭାରତରେ ରହୁଛନ୍ତି । ସେମାନେ ଏକଜୁଟ ହେଲେ ଦେଶ ଆଗେଇବ ବୋଲି ଆଜାଦ କହିଛନ୍ତି । ମାଦ୍ରାସାଗୁଡିକ ରମଜାନ ପାଇଁ ବନ୍ଦ ରହିଥିଲା । ମେ ୧୧ରେ ଏହା ଖୋଲିବା ପରେ ଏହି ନିୟମ ଲାଗୁ କରାଯାଇଛି ।

Leave A Reply

Your email address will not be published.