Latest Odisha News

BREAKING NEWS

ଅନୁରାଧାଙ୍କ ୨୦ ବର୍ଷ ତଳର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି

ଭୁବନେଶ୍ୱର: ୨୦ ବର୍ଷ ପରେ ଭାଙ୍ଗିଲା ହର୍ଡଲ୍ସ କୁଇନ ଭାବେ ପରିଚିତ ଓଡିଆ ଝିଅ ଅନୁରାଧା ବିଶ୍ୱାଳଙ୍କ ଜାତୀୟ ରେକର୍ଡ । ସାଇପ୍ରସର ଲିମାସୋଲଠାରେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି ୧୩.୨୩ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ୨୨ ବର୍ଷୀୟା ଜ୍ୟୋତି ରେକର୍ଡ ଭାଙ୍ଗିଥିବା ଖବର ଶୁଣି ଖୁସି ବ୍ୟକ୍ତ କରିଛନ୍ତି ଅନୁରାଧା । ସେ ୨୬ ଅଗଷ୍ଟ ୨୦୦୨ରେ ୧୩.୩୮ ସେକେଣ୍ଡ ସମୟ ନେଇ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେବେଠାରୁ ଏହି ରେକର୍ଡ ଅତୁଟ ରହିଥିଲା ।

ପୂର୍ବରୁ ୨୦୨୦ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଜ୍ୟୋତି ୧୩.୦୩ ଟାଇମିଂ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ଏହି ଇଭେଂଟକୁ ନାଡା ଦ୍ୱାରା ସ୍ୱୀକୃତି ପାଇ ନ ଥିବାରୁ ରେକର୍ଡକୁ ଗ୍ରହଣ କରାଯାଇ ନ ଥିଲା । ଜ୍ୟୋତି ଆଗାମୀ ଦିନରେ ଭାରତ ପାଇଁ ପଦକ ଜିତିବେ ବୋଲି ଅନୁରାଧା ଆଶା ବ୍ୟକ୍ତ କରିଛନ୍ତି । ଜ୍ୟୋତି କଳିଙ୍ଗ ଷ୍ଟାଡିୟମରେ ଓଡିଶା ରିଲାଏନ୍ସ ହାଇ ପର୍ଫମାନ୍ସ ଭୁବନେଶ୍ୱର କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିଲେ । ସାଇପ୍ରସ ଇଂଟରନ୍ୟାଶନାଲ ମିଟ ୱାର୍ଲ୍ଡ ଟୁର ଆଥଲେଟିକ୍ସ କଂଟିନେଂଟାଲ ଟୁର ଚ୍ୟାଲେଞ୍ଜର କାଟାଗୋରୀ ଡି ଇଭେଂଟ ।

Leave A Reply

Your email address will not be published.