ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦର ଖବର ସମ୍ନାାକୁ ଆସିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି । ଏହା ସହ ସେ ପଶ୍ଚିମବଙ୍ଗରେଏସଆଇଆର ପ୍ରକ୍ରିୟା ପୂର୍ବରୁ ଥିବା ଭୋଟର ତାଲିକା ବ୍ୟବହାର କରି ପୁନର୍ବାର ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ନିର୍ବାଚନ କମିଶନର ବିଜେପି ସପକ୍ଷରେ କାମ କରୁଥିବା ଅଭିଯୋଗ କରିଛନ୍ତି ମମତା । ପୁରୁଣା ଭୋଟର ତାଲିକାରେ ପୁନଃ ନିର୍ବାଚନ ହେବା ଉଚ୍ଚିତ ବୋଲି କହିଛନ୍ତି ମମତା । ଜ୍ଞାନେଶ କୁମାରଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ସିଇସି ଥିବା ।ଏଁ ସମଗ୍ର ଭାରତ ପ୍ରତିବାଦ କରିବ ବୋଲି କହିଛନ୍ତି ମମତା ବାନାର୍ଜୀ । ବିଜେପି ଓ ନିର୍ବାଚନ କମିଶନ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲୁଟ୍ କରିଛନ୍ତି ବୋଲି ପ୍ରମାଣ ମିଳିଲା ବୋଲି କହିଛନ୍ତି ମମତା । ଆହୁରି ବି ମମତା କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଆମ ରାଜନୈତିକ କ୍ୟାରିଅର ମଧ୍ୟରେ ଏପରି କିଛି କେବେ ଦେଖିନଥିଲୁ । ନିର୍ବାଚନ କମିଶନରଙ୍କୁ ନିଶ୍ଚିତ ଭାବେ ଗିରଫ କରିବା ଆବଶ୍ୟକ । ପଦବୀରେ ରହିବାର ନୈତିକ ଅଧିକାର ତାଙ୍କର ନାହିଁ । ବିଜେପିକୁ ବୁଝିବାକୁ ହେବ େ, ସେମାନେ ଆମ ସମ୍ବିଧାନକୁ ନଷ୍ଟ କରିପାରିବେ ନାହିଁ । ସେମାନେ ଗଣତନ୍ତ୍ରକୁ ଧ୍ୱସଂ କରିପାରିବେ ନାହିଁ ବୋଲି କହିଛନ୍ତି ମମତା । ଜ୍ଞାନେଶ କୁମାର ପୋଲିସର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଦିଦି । ବିଜେପି ସହ ମିଶି ବିଜେପି ଲୋକମାନଙ୍କୁ ନିୟୋଜିତ କରିଛନ୍ତି । ଏପରି ଘଟଣା ଆଗରୁ କେବେ ଘଟିନଥିଲା । ସାମାନ୍ୟତମ ସମ୍ମାନବୋଧ ଥିଲେ ନିଜେ ପଦ ଛାଡିଦିଅନ୍ତୁ ବୋଲି କହିଛନ୍ତି ମମତା । ଏହି ପ୍ରସଙ୍ଗରେ ଭାରତ ବ୍ଲକ୍ ଅଂଶୀଦାରମାନେ ଆଲୋଚନା କରିଛନ୍ତିା ଖୁବଶୀଘ୍ର ସାକ୍ଷାତ ଆଲୋଚନା ହେବ ବୋଲି ମମତା କହିଛନ୍ତି । ଏହି ମୁଦ୍ଦାରେ ଆଗକୁ ଆନେ୍ଦାଳନ ମୁଣ୍ଡ ଟେକିବା ସବୁ ଆଂଚଳିକ ଦଳ ଏକାଠି ହୋଇ ବିକ୍ଷୋଭ କରିବୁ ବୋଲି କହିଛନ୍ତି ମମତା । ଏହି ସମୟରେ ଟିଏମସିର ଆଉ ଏକ ପ୍ରତିବାଦରେ ଜାତୀୟ ସାଧାରଣ ସମ୍ପାଦକ ଏବଂ ସାଂସଦ ଅଭିଷେକ ବାନାର୍ଜୀ ପୃଥକ ଭାବରେ ନିର୍ବାଚନ କମିଶନଙ୍କୁ ବିଜେପିକୁ ଲାଭ ପହଂଚାଇବା ପାଇଁ ପଶ୍ଚିମବଙ୍ଗ ଭୋଟର ତାଲିକାରୁ ୩୦ ଲକ୍ଷ ଭୋଟରଙ୍କ ନାମ ଜାଣିଶୁଣି ବାଦ୍ ଦେଇଥିବା ଅଭିଯୋଗ କରିଛନ୍ତି । ହରିୟାଣା ଓ ବିହାରରେ ମଧ୍ୟ ସାମନ ଘଟଣା ଘଟିଛି । ତେଣୁ ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ମମତା ଦାବି କରିଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ
- ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…
- ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
- କିମ୍ସରେ ସଫଳ କର୍ନିଆ ପ୍ରତିରୋପଣ
- ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍ଙ୍କ ନୂଆ ଗବେଷଣା
- ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…

Comments are closed.