Latest Odisha News

୪୫ ଡିଗ୍ରୀରେ ଫୁଟିଲା ପଶ୍ଚିମ ଓଡ଼଼ିଶାର ୫ ସହର, ଭୁବନେଶ୍ୱରରେ ଆଜି ବି ୪୪ ପାର୍

ଭୁବନେଶ୍ୱର: ସକାଳୁ ତାତୁଛି, ରାତି ଯାଏ ଜାଳୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟକମକ ହୋଇ ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୫.୭ ଡିଗ୍ରୀ ରେକର୍ଡ କରାଯାଇଛି ।

5 Places Of Western Odisha Record Temperatures Above 45 Degree

ବୌଦ୍ଧରେ ପାରଦ ୪୫.୬ ଡିଗ୍ରୀ, ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, ବଲାଙ୍ଗିରରେ ୪୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ, ଅନୁଗୁଳରେ ୪୪.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୪.୫ ଡିଗ୍ରୀ, ନୟାଗଡ଼ରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୪ ଡିଗ୍ରୀ, ଭୁବନେଶ୍ୱରରେ ୪୪.୩ ଡିଗ୍ରୀ, ତାଳଚେରରେ ୪୪ ଡିଗ୍ରୀ, ଢେଙ୍କାନାଳରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୩ରୁ ୪ ଦିନ ଯାଏ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏ ଅଧିକ ରହିବ ।

Leave A Reply

Your email address will not be published.