Latest Odisha News

BREAKING NEWS

ଏକାଠି ନଜର ଆସିବେ ସାହିଦ-ରଶ୍ମିକା

ମୁମ୍ବାଇ:ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ଼ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ବଲିଉଡ଼ ଫିଲ୍ମ ‘ଚାଲୋ’ରେ ଉଭୟଙ୍କ ଯୋଡ଼ି ଦେଖିବାକୁ ମିଳିବ । ସେ ସାହିଦଙ୍କ ସହ ରୋମାନ୍ସ କରୁଥିବା ମଧ୍ୟ ନଜର ଆସିବେ । ଏହାକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । କାରଣ ସାହିଦ ଏବଂ ରଶ୍ମିକା ଏକ ନୂଆ ଏବଂ ଆକର୍ଷଣୀୟ ଅନ-ସ୍କ୍ରିନ ଯୋଡିି ।

ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ର ସଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଶ୍ମିକା ମନ୍ଦାନାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଦକ୍ଷିଣ ଭାରତୀୟ ଓ ବଲିଉଡ଼ର ଫିଲ୍ମ ର୍ନିମାତାମାନେ ରଶ୍ମିକାଙ୍କୁ ବହୁତ ପସନ୍ଦ କରିଥାନ୍ତି । ଅମିତାଭ ବଚ୍ଚନଙ୍କ ‘ଅଲବିଦା’ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ‘ମିଶନ ମଜନୁ’ରେ ଅଭିନୟ କରିଥିବା ରଶ୍ମିକା ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ ‘ଏନିମଲ’ରେ ରଣବୀର କପୁରଙ୍କ ସହ ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତିି ।

ନିର୍ଦ୍ଦେଶକ ଅନିସ ବଜମିଙ୍କ ନିର୍ଦ୍ଦେଶିତ ସହିଦ କପୁରଙ୍କ ଆଗାମୀ ଆକ୍ସନ କମେଡି ଫିଲ୍ମ ପାଇଁ ‘ଚାଲୋ’ ପାଇଁ ରଶ୍ମିକାଙ୍କୁ ଚୟନ କରାଯାଇଛି । ଦିଲ ରାଜୁ ଏବଂ ଏକତା କପୁରଙ୍କ ଦ୍ୱାରା ର୍ନିମିତ ମାସ ଏଣ୍ଟରଟେନର ଫିଲ୍ମରେ ପ୍ରଥମ ଥର ପାଇଁ ରଶ୍ମିକା ସାହିଦଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ସାହିଦ କପୁରଙ୍କ ସୁପରହିଟ ଫିଲ୍ମ ‘କମିନେ’ ପରେ ନିସ ବଜମି ଏହି ଫିଲ୍ମରେ ଡବଲ ରୋଲ ପ୍ଲେ କରିବେ ।

Leave A Reply

Your email address will not be published.