Latest Odisha News

BREAKING NEWS

ହୋଟେଲ ମ୍ୟାନେଜମେଣ୍ଟରେ ଆତ୍ମନିଯୁକ୍ତି ପାଇଁ ଶ୍ରବଣବାଧିତଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର: ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମା୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରୟାସ କରିଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇନିଷ୍ଟିଚୁ୍ୟଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ୍‌ କ୍ୟାଟରିଂ ଟେକ୍‌ନୋଲୋଜି ଆଣ୍ଡ୍‌ ଆପ୍ଲାଏଡ୍‌ ନୁ୍ୟଟି୍ରସନ୍‌ ଏହି ଦିଗରେ ସହାୟତା ଯୋଗାଇ ଦେବ ।

ଉପରୋକ୍ତ କ୍ରମରେ ଇନ୍‌ଷ୍ଟିଚୁ୍ୟଟ୍‌ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତାବିକାଶ ବଳରେ ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ବୋଲି ଉଲ୍ଲେଖ କରିଥିଲେ ।

ରାଜିନାମାରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ଓ ଇନ୍‌ଷ୍ଟିଚୁ୍ୟଟର ଅଧ୍ୟକ୍ଷା ଶ୍ରୀମତୀ ସାରଦା ଘୋଷ ସ୍ୱାକ୍ଷର କରିଛନ୍ତି । ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଭିନ୍ନକ୍ଷମମାନଙ୍କ ସ୍ୱତନ୍ତ୍ର ଶିକ୍ଷା ଓ ଦକ୍ଷତା ବୃଦ୍ଧି, ତାଲିମ୍‌ ଉପବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ରାଜିନାମା ଅନୁସାରେ ୧୫୦ ଜଣ ଶ୍ରବଣବାଧିତ ଯୁବକଯୁବତୀଙ୍କୁ ପାଞ୍ଚଟି ବ୍ୟାଚ୍‌ରେ ନିଯୁକ୍ତି ତଥା ଆତ୍ମନିଯୁକ୍ତି ନିମନ୍ତେ ପ୍ରଶିକ୍ଷଣ ଓ ଦକ୍ଷତାବିକାଶ ତାଲିମ ପ୍ରଦାନ କରାଯିବ ।

Leave A Reply

Your email address will not be published.