Latest Odisha News

ବ୍ରାହ୍ମଣୀ ବ୍ରିଜରୁ ଖସିଲା ସ୍ଲାବ୍, ଯାତାୟାତ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସ୍ଥିତ ବ୍ରାହ୍ମଣୀ ବ୍ରିଜ୍ ଉପରୁ ମଙ୍ଗଳବାର ଦିନ ଏକ ସ୍ଲାବ୍ ଖସି ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ବ୍ରିଜ୍ ଉପରେ ଭାରୀ ଯାନ ଚଳାଚଳ କରୁଥିବା ଯୋଗୁଁ ଏହି ସ୍ଲାବ୍ ଖସିପଡିଛି । ସ୍ଲାବ ଖସିବା ପରେ ଉକ୍ତ ସ୍ଥାନରେ ଲୁହାର ପ୍ଲେଟ୍ ଲଗାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଘଟଣା ଫଳରେ ୧୪୩ ନଂ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ରିଜର ଉଭୟ ପାଶ୍ୱର୍ରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

ତେବେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଉକ୍ତ ଅଞ୍ଚଳରେ ଏକ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.