ଭୁବନେଶ୍ବର:ଧନୀ ହେବା ପାଇଁ, କେବଳ ଅଧିକ ଦରମାର ଆବଶ୍ୟକତା ନାହିଁ, ସଠିକ୍ ଆର୍ଥିକ ଯୋଜନା ଆବଶ୍ୟକ । ସଠିକ୍ ରଣନୀତି ଆପଣ ଗ୍ରହଣ କରି, ଆପଣଙ୍କର ସଞ୍ଚୟ ବୃଦ୍ଧି କରିପାରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ଦୃଢ କରିପାରିବେ । ଆସନ୍ତୁ ଜାଣିବା କିପରି ।
-ଏକ ମାସିକ ବଜେଟ୍ ପ୍ରସ୍ତୁତ କରନ୍ତୁ ଏବଂ ଆପଣଙ୍କର ଆୟ ଏବଂ ଖର୍ଚ୍ଚ ଉପରେ ନଜର ରଖନ୍ତୁ ଅର୍ଥାତ୍ ଖର୍ଚ୍ଚର ହିସାବ ଲେଖିକି ରଖନ୍ତୁ । କେଉଁଠାରେ ଅଯଥା ଖର୍ଚ୍ଚ ହେଉଛି ଏବଂ କେଉଁଠାରେ ସଞ୍ଚୟ କରାଯାଇପାରିବ ଏହା ଆପଣଙ୍କୁ ଜଣାପଡିବ ।
-ଯେ କୌଣସି ସମୟରେ ହଠାତ୍ ଖର୍ଚ୍ଚ ହୋଇପାରେ । ଏଥିପାଇଁ ଏକ ଜରୁରୀକାଳୀନ ପାଣ୍ଠି ତିନି ଛଅ ମାସର ଖର୍ଚ୍ଚ ରଖିଥାନ୍ତୁ | ଏହା ମାନସିକ ଚାପକୁ ହ୍ରାସ କରିବ ଓ ଆର୍ଥିକ ସୁରକ୍ଷା ମଧ୍ୟ ଯୋଗାଇବ ।
-ଚେତାବନୀ ବିନା ରୋଗ ଏବଂ ଦୁର୍ଘଟଣା ଆସିଥାଏ | ସ୍ୱାସ୍ଥ୍ୟ ବୀମା ନେଇ ଆପଣ ମହଙ୍ଗା ଚିକିତ୍ସା ଖର୍ଚ୍ଚକୁ ଏଡାଇ ପାରିବେ । ଏହା ଆପଣଙ୍କ ଭବିଷ୍ୟତକୁ ସୁରକ୍ଷା ଦେବ ।
– ବାହାରେ ଖାଇବା, ମହଙ୍ଗା ସପିଂ,କିମ୍ବା ଅନାବଶ୍ୟକ ବିଳାସପୂର୍ଣ୍ଣତା ଲାଇଫଷ୍ଟାଇଲକୁ ବାଏ ବାଏ କରନ୍ତୁ । ଏହି ଛୋଟ ପରିବର୍ତ୍ତନ ଦ୍ବାରା ଏକ ଭଲ ସଞ୍ଚୟ ହୋଇଥାଏ ।
-ଟଙ୍କା କେବଳ ସଞ୍ଚୟ ଆକାଉଣ୍ଟରେ ରଖିବା ପରିବର୍ତ୍ତେ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟ୍ କିମ୍ବା ପିପିଏଫ୍ ଭଳି ବିକଳ୍ପରେ ନିବେଶ କରନ୍ତୁ । ସମୟ ସହିତ ଆପଣଙ୍କ ପୁଞ୍ଜି ବୃଦ୍ଧି ପାଇବ ।
-ପ୍ରତ୍ୟେକ କ୍ରୟ ପୂର୍ବରୁ, ଭାବନ୍ତୁ ଜିନିଷଟି ଆବଶ୍ୟକ କି ନା କେବଳ ଆପଣଙ୍କର ଇଚ୍ଛା । ଅତ୍ୟାବଶ୍ୟକ ଜିନିଷକୁ ପ୍ରାଧାନ୍ୟ ଦିଅନ୍ତୁ ।
-ଗୋଟିଏ ଆୟ ଉତ୍ସ ଉପରେ ନିର୍ଭର କରନ୍ତୁ ନାହିଁ । ଫ୍ରିଲାନ୍ସିଂ, ୟୁଟ୍ୟୁବ୍, ବ୍ଲଗିଂ କିମ୍ବା ପାର୍ଟ ଟାଇମ୍ କାମ ମାଧ୍ୟମରେ ଅତିରିକ୍ତ ଟଙ୍କା ରୋଜଗାର କରନ୍ତୁ ।
ଏହି ସରଳ ପଦକ୍ଷେପ ଗ୍ରହଣ କରି ଏକ ସ୍ଥିର ଏବଂ ଦୃଢ ଭବିଷ୍ୟତ ପାଇଁ ମଧ୍ୟ ମୂଳଦୁଆ ପକାଇ ପାରିବେ । ମନେରଖନ୍ତୁ, ଧନୀ ହେବା ପାଇଁ କେବଳ ଅଧିକ ଆୟ ନୁହେଁ ବରଂ ସଠିକ୍ ନିଷ୍ପତ୍ତି ଏବଂ ଧୈର୍ଯ୍ୟ ମଧ୍ୟ ଆବଶ୍ୟକ ।
Comments are closed.