Latest Odisha News

ଗାଭାସ୍କରଙ୍କୁ ପଛରେ ପକାଇଲେ ସ୍ମିଥ

ଗାଲେ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୩୫ ଶତକ ହାସଲ କରି ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗାଲେରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସ୍ମିଥ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ୟାଚରେ ୧୭୯ ବଲରେ ଶତକ ହାସଲ କରିଛନ୍ତି । ସ୍ମିଥ ଏବେ ଟେଷ୍ଟରେ ଶତକ ହାସଲରେ ଓଭରାଲ ୭ମ ସ୍ଥାନରେ ରହିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୫୧ ଶତକ ସହ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ଜ୍ୟାକ୍ସ କାଲିସ(୪୫), ରିକି ପଂଟିଂ(୪୧), କୁମାର ସଙ୍ଗକାରା(୩୮) ଓ ଜୋ ରୁଟ (୩୬), ରାହୁଲ ଡ୍ରାଭିଡ ୩୬ ଶତକ ହାସଲ କରିଛନ୍ତି ।

ସ୍ମିଥ ଟେଷ୍ଟ କ୍ରିକେଟରେ ଏଥିସହ ଅଷ୍ଟ୍ରେଲିଆର ୪ର୍ଥ ଓ ଓଭରାଲ ୧୫ତମ ବ୍ୟାଟ୍ସମ୍ୟାନ ଭାବେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଆଲାନ ବର୍ଡର, ଷ୍ଟିଭ ୱ ଓ ପଂଟିଂ ତାଙ୍କ ପୂର୍ବରୁ ଏହି କ୍ଲବରେ ସାମିଲ ହୋଇଥିଲେ । ବ୍ରାୟନ ଲାରା, ସଚିନ ଓ ସଙ୍ଗକାରା ୧୯୫ ଇନିଂସରେ ୧୦୦୦୦ ରନ ପୂର୍ଣ୍ଣ କରିଥିବା ବେଳେ ସ୍ମିଥ ଏଥିପାଇଁ ୨୦୫ଟି ଇନିଂସ ଖେଳିଥିଲେ । ନିୟମିତ ଅଧିନାୟକ ପ୍ୟାଟ କମିନ୍ସଙ୍କ ସ୍ଥାନରେ ସ୍ମିଥ ଏହି ସିରିଜରେ ଦଳର ନେତୃତ୍ୱ ନେଉଛନ୍ତି ।

Comments are closed.