Latest Odisha News

BREAKING NEWS

ନୁହ ହିଂସାକାଣ୍ଡ ଘଟଣା: ବିଟୁ ବଜରଙ୍ଗୀ ପୁଣି ଗିରଫ

ଚଣ୍ଡିଗଡ଼: ହରିୟାଣା ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହ ହିଂସାକାଣ୍ଡ ଘଟଣାରେ ବିଟୁ ବଜରଙ୍ଗୀ ପୁଣି ଗିରଫ ହୋଇଛି। ମଙ୍ଗଳବାର ଅଗଷ୍ଟ ୧୫ରେ ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ହରିୟାଣା ପୋଲିସ ବିଟୁ ବଜରଙ୍ଗୀକୁ ଗିରଫ କରିଛି।

ସୂଚନା ଥାଉକି ଜୁଲାଇ ୩୧ ହିଂସା ଘଟଣାକୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିଲା। ଘଟଣା ଦିନ ଅସ୍ତ୍ରଶସ୍ତ୍ର ଚାଲାଣ ଅଭିଯୋଗରେ ବିଟୁକୁ ବାନ୍ଧିଥିଲା ପୋଲିସ। ଏହି ଘଟଣାରେ ବିଟୁକୁ ଧରିବା ଲାଗି ପୋଲିସ ସାଦା ପୋଷାକରେ ବିଟୁ ଘରେ ରେଡ୍‌ କରିଥିଲା। ତେବେ ଅଗଷ୍ଟ ୨ରେ ବିଟୁ ଗିରଫ ହୋଇ ଜାମିନରେ ମଧ୍ୟ ଆସିଥିଲା।

ଜୁଲାଇ ୩୧ରେ ବ୍ରୁଜ ମଣ୍ଡଳ ଶୋଭାଯାତ୍ରା ବାହାରିବା ସମୟରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା ବାହାରିଥିବା ବେଳେ ପଥରମାଡ ହୋଇଥିଲା। ଫଳରେ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା ସ୍ଥିତି ଦେଖା ଦେଇଥିଲା। ଚାହୁଁ ଚାହୁଁ ସବୁଆଡେ ଏହି ହିଂସା ବ୍ୟାପି ଯାଇଥିଲା। ଏହି ହିଂସାର ନିଆଁ ଗୁରୁଗ୍ରାମ ସମେତ ଅନେକ ଆଖପାଖ ଅଞ୍ଚଳରେ ବ୍ୟାପି ଯାଇଥିଲା। ଏଥିରେ ଦୁଇଜଣ ହୋମଗାର୍ଡ ଏବଂ ଜଣେ ଇମାମଙ୍କ ସମେତ ଛଅ ଜଣ ପ୍ରାଣ ହରାଇଥିଲେ। ହିଂସା ପରେ ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଅଗଷ୍ଟ ୮ ପର୍ଯ୍ୟନ୍ତ ନୁହରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ପରେ ଏହାକୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.