ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ମିଳିତ ଜାତିସଂଘରେ ଭାରତ ବିରୁଦ୍ଧରେ ପୁଣି ବିଷ ଓଗାଳିଥିଲା। ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। କିନ୍ତୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଭାରତ ପାକିସ୍ତାନକୁ ତାଗିଦ୍ କରି ମୁହଁତୋଡ ଜବାବ୍ ଦେଇଛି।
ସାରା ବିଶ୍ବ ଜାଣିଛି ଯେ ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ। ହତିଆର ମଧ୍ୟ ଯୋଗାଉଛି। ପାକିସ୍ତାନ ସର୍ବଦା ଜାତିସଙ୍ଘର ଭୁଲ୍ ବ୍ୟବହାର କରିଛି। କୁଖ୍ୟାତ ଆତଙ୍କବାଦୀ ଓସାବା ବିନ୍ ଲାଡେନ୍ର ନାଁ ସାମ୍ନାକୁ ଆଣି ସାରା ବିଶ୍ୱ ଆଗରେ ପାକିସ୍ତାନର ରହସ୍ୟ ଖୋଲିଥିଲା ଭାରତ ବୋଲି ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି।
ତେବେ ଏଥର ଇମ୍ରାନ ଖାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିବା ଭାରତୀୟ ମହିଳା ହେଉଛନ୍ତି ସ୍ନେହା ଦୁବେ। ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କଡା ଜବାବ୍ ଦେଇ ପାକିସ୍ତାନର ମୁହଁ ବନ୍ଦ କରିଦେଇଛନ୍ତି।ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରିବା ପାକିସ୍ତାନର ଇତିହାସ।
ସେହ୍ନା ୨୦୧୨ ବ୍ୟାଚ୍ ଆଇଏଫଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀ। ସେ ଗୋଆରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ଏହା ପରେ ସେ ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ରୁ ତାଙ୍କର ଏମ୍ଫିଲ୍ କରିଥିଲେ।
Comments are closed.