Latest Odisha News

BREAKING NEWS

ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୩ରୁ ଆରମ୍ଭ ହେବ ‘ସୋଆ ସମର୍ ଟେକ୍ନୋକ୍ୟାମ୍ପ’

ଭୁବନେଶ୍ୱର : ‘ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜୁନ୍ ୩ରୁ ୯ ତାରିଖ ମଧ୍ୟରେ ‘ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ଆୟୋଜିତ କରାଯିବ ।

ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପରେ ଯୋଗ ଦେଇପାରିବେ । ସମର୍ ଟେକ୍ନୋକ୍ୟାମ୍ପ୍ରେ ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ସିଭିଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର୍ ଆପ୍ଲିକେସନ୍, କ୍ଲାଇମେଟ୍ ସାଇନ୍ସ, ରୋବୋଟିକ୍ସ ଆଣ୍ଡ ମେକାଟ୍ରୋନିକ୍ସ, ଫିଜିକ୍ସ ଏବଂ ମ୍ୟାଥମେଟିକ୍ସ ଉପରେ ପର୍ଯ୍ୟବେଷିତ ପ୍ରୋଜେକ୍ଟ ମଧ୍ୟ ଦେଇ ଶିକ୍ଷା ଦାନ କରାଯିବ ।

ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବାକୁ ଥିବା ବେଳେ ଏଥିରେ ଭାଗ ନେବା ପାଇଁ କୌଣସି ପ୍ରକାର ରେଜିଷ୍ଟ୍ରେସନ୍ ଫି ରଖାଯାଇ ନାହିଁ । ରେଜିଷ୍ଟ୍ରେସନ୍ କରିବାର ଶେଷ ତାରିଖ ମେ’ ୩୧ ।

ଛାତ୍ରଛାତ୍ରୀମାନେ ଶ୍ରୀମତି ଶ୍ୱେତାରାଣୀ ବିଶ୍ୱାଳଙ୍କୁ ତାଙ୍କ ମୋବାଇଲ ନମ୍ବର- ୯୪୩୮୧୫୭୨୩୨ ଏବଂ ଇ-ମେଲ୍ swetaranibiswal@soa.ac.in ମାଧ୍ୟମରେ ଯୋଗାଯୋଗ କରିବାକୁ ସୋଆ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

Leave A Reply

Your email address will not be published.