Latest Odisha News

BREAKING NEWS

୫ ବର୍ଷ ପୁଅକୁ ଦଳି ମାରିଲା ଦନ୍ତା, ବାପା ଗୁରୁତର

କାମାକ୍ଷାନଗର: ବାପ-ପୁଅଙ୍କୁ ଦଳିଲା ଦନ୍ତା । ହାତୀ ଆକ୍ରମଣର ୫ ବର୍ଷ ପୁଅର ଜୀବନ ଯାଇଛି । ବାପାଙ୍କର ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ମହୁଲଡଗର ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ରସାନନ୍ଦ ଜେରେଇଙ୍କ ୫ବର୍ଷର ପୁଅ ଋଷି ଜେରେଇ । ଗତ କିଛି ଦିନ ହେବ ଗାଁରେ ହାତୀଙ୍କ ଉପଦ୍ରବ ଚାଲିଛି ।

ଗତକାଲି ରାତିରେ ବାପା-ପୁଅ ଘର ବାରଣ୍ଡାରେ ଶୋଇଥିଲେ । ଏତିକିବେଳେ ଗାଁରେ ପଶିଥିଲା ହାତୀ । ରସାନନ୍ଦଙ୍କ ଘର ଭାଙ୍ଗିବା ସହ ଶୋଇଥିବା ବେଳେ ବାପା-ପୁଅଙ୍କୁ ଦଳି ଦେଇଥିଲା । ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଦନ୍ତା । ପରେ ୫ ବର୍ଷର ଶିଶୁପୁତ୍ରର ମୁଣ୍ଡକୁ ଦଳି ଦେଇଥିଲା ।

ଉଭୟ ବାପାପୁଅଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଋଷିକୁ ମୃତ ଘୋଷଣା କରିଥିଲେ । ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦନ୍ତାର ଉତ୍ପାତରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ ।

Comments are closed, but trackbacks and pingbacks are open.