Latest Odisha News

BREAKING NEWS

ଭୁଲିଗଲା ମା’ର ମମତା, ମାଆକୁ ପୋଡି ମାରି ଦେଲା ପୁଅ

କନ୍ଧମାଳ: ଫୁଲବାଣୀରେ ଚାଞ୍ଚଲ୍ୟ । ପୁଅ ଭୁଲିଗଲା ମାଆର ମମତା । ଜେଲରୁ ଫେରି ଘଟାଇଲା ଉନ୍ମୁତ୍ତକାଣ୍ଡ । ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳି ମାରିଦେଲା ପୁଅ । ଟିକାବାଲି ଥାନା ଅନ୍ତର୍ଗତ ବଡିମୁଣ୍ଡା ଖଜୁରୀସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।

ଖବର ଅନୁସାରେ, ବଡ଼ିମୁଣ୍ଡା ଖଜୁରୀ ସାହିର ସମୀର ନାୟକ ଅର୍ଦ୍ଧ ପାଗଳ ଅବସ୍ଥାରେ ସ୍ଥାନୀୟ ସାହି ପଡୋଶୀଙ୍କ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଦୀର୍ଘ ୩ବର୍ଷ ୨ମାସ ହେବ ଜେଲରେ ଦଣ୍ଡ ଭୋଗୀ ଶନିବାର ଦିନ ଜେଲରୁ ଫେରିଥିଲା । ଜେଲରୁ ଫେରି କୌଣସି କାରଣ ବଶତଃ ବିଳମ୍ବିତ ରାତିରେ ନିଜ ମାଆ ମଞ୍ଜୁଳା ନାୟକଙ୍କୁ ଜୀବନରେ ମାରିଦେଇଥିଲା ସମୀର । ମାରିବା ପରେ ଘରେ ଥିବା ଆସବାବ ପତ୍ର ଏବଂ ଘରେ ଜାଳେଣି କାଠ ରେ ଶବ ପୋଡି ଦେଇଥିଲା । ଏହା ପରେ ଆଖ ପାଖ ପଡୋଶୀଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମନାରେ ଥିବା ଗାଡିକୁ ମଧ୍ୟ ଭାଙ୍ଗି ଚୁରମାର କରିଥିଲା  । ରବିବାର ସକାଳେ ଗାଁ ଲୋକ ସମୀରଙ୍କୁ ଧରି  ଟିକାବାଲି ଥାନାକୁ ଖବର ଦେଇଥିଲେ ।  ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.