Latest Odisha News

BREAKING NEWS

ମଣିପୁରରେ ଦୁଇ ଛାତ୍ରଛାତ୍ରଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା । ଗିରଫ ହେଲେ ୪ ଅଭିଯୁକ୍ତ । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  ଏନ୍.ବୀରେନ୍ ସିଂ କହିଛନ୍ତି  । ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା  । ପରେ ହତ୍ୟା କରାଯାଇଥିଲା  । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଦୁଇ ମୃତକ ଫିଜାମ ହେମଜିତ୍ ଏବଂ ହିଜାମ୍ ଲିଣ୍ଟୋଙ୍ଗାମ୍ବି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ମଣିପୁର ଯାଇ ଘଟଣାର ତଦନ୍ତ କରିଥିଲେ । ଶେଷରେ ୪ଜଣ ଅଭିଯୁକ୍ତଙ୍କୁ ମଣିପୁରର ଚୁରାଚାନ୍ଦପୁରରୁ ଗିରଫ କରାଯାଇଛି ।

ସେପଟେ ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏପରିକି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ । ଜୁଲାଇ ୨ ତାରିଖରୁ  ଉଭୟ ଛାତ୍ର ନିଖୋଜ ଥିଲେ । ସେପ୍ଟେମ୍ବର ୨୩ ତାରିଖରେ  ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ସ୍ବାଭାବିକ କରିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ସାମ୍ନାକୁ ଆସିଥିଲା । ମେ ମାସରେ ମୈତ୍ର୍ୟ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବା ପରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିଥିଲା । ଛାତ୍ର ମାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସେପ୍ଟେମ୍ବର ୨୬ ଏବଂ ୨୭ ତାରିଖରେ ଶହ ଶହ ଛାତ୍ରଛାତ୍ରୀ ବିକ୍ଷୋଭ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.