Latest Odisha News

ସୋନମ କାପୁରଙ୍କ ଘରୁ ଚୋରି କରିଥିବା ନର୍ସ ଗିରଫ

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ସୋନମ କାପୁରଙ୍କ ଶାଶୁ ଘରୁ କିଛି ଦିନ ତଳେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ବୁଧବାର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚୋରକୁ ଧରିଛି । ସୋନମଙ୍କ ଶାଶୁ ଶାରଳା ଆହୁଜାଙ୍କ ବ୍ୟକ୍ତିଗତ ନର୍ସ ଦାୟିତ୍ୱ ତୁଲାଉଥିବା ଅପର୍ଣ୍ଣା ଏବଂ ତାଙ୍କ ପତି ନରେଶ ଏହି ଚୋରି କରିଥିବା ଜଣାପଡିଛି । ପ୍ରଥମେ ସୋନମ ଏହାକୁ ବିଶ୍ୱାସ କରୁ ନ ଥିଲେ ମଧ୍ୟ ପୋଲିସ ପ୍ରମାଣ ଦେବା ପରେ ଚକିତ ହୋଇ ଯାଇଛନ୍ତି ।

ନରେଶ ଅନ୍ୟ ଏକ ସ୍ଥାନରେ ଆକାଂଉଟାଂଟ ଭାବେ କାର୍ଯ୍ୟ କରୁଥିଲେ । ଅପର୍ଣ୍ଣାଙ୍କୁ ଭେଟିବା ଆଳରେ ସେ ସୋନମଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଅପର୍ଣ୍ଣା ଧିରେ ଧିରେ ଏହି ଚୋରି କରୁଥିଲା । ସରିତା ବିହାରରେ ରହୁଥିବା ଅପର୍ଣ୍ଣା ଓ ନରେଶଙ୍କୁ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.