Latest Odisha News

BREAKING NEWS

ସେକ୍ସିଜିମ୍‌କୁ ନେଇ ମହିଳାଙ୍କୁ କଣ ଦିଗ୍‌ଦର୍ଶନ ଦେଲେ ଅଭିନେତ୍ରୀ ସୋନମ୍‌ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଅନେକ ସମୟରେ ଲୋକଙ୍କ ସହ ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ନିକଟରେ ସେ ଏକ ସାକ୍ଷାତକାର ସମୟରେ ସୋନମ ବଲିଉଡରେ ମହିଳାଙ୍କ ସ୍ଥିତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ବଲିଉଡରେ ମହିଳାମାନଙ୍କ ବିଷୟରେ ଗୀତ ଏବଂ ସ୍କ୍ରିନ୍ ସ୍କ୍ରିପ୍ଟ ଲେଖିବାରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ #WomenInFilm ଲେଖି ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଅବଦାନ ପ୍ରସଙ୍ଗକୁ ସାମ୍‌ନାକୁ ଆଣିଛନ୍ତି।

ଏହି ସାକ୍ଷାତକାରରେ ସୋନମ ‘ଯୌନ ସମ୍ପର୍କ’ ବିଷୟରେ ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି। ସୋନମ କହିଛନ୍ତି ଯେ ଆଜିର ସମୟରେ ମହିଳାମାନେ ଦୃଡ ଭାବରେ ନିଜ ପକ୍ଷ ରଖିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ବାସ କରାଯାଏ ଯେ ମହିଳା ଅଭିନେତ୍ରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଅଭିନୟ କରିବା ଏବଂ ପୋଷାକ ପିନ୍ଧିବା ଜରୁରୀ ହୋଇଥାଏ। ମହିଳାମାନେ ଭଲ ବିକଳ୍ପ କରିବା ଆବଶ୍ୟକ। ଯଦି ଏପରି ହୁଏ ତେବେ ଏହା ଖୁବ୍ ଶୀଘ୍ର ପରିବର୍ତ୍ତନ ଦେଖାଯିବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.