Latest Odisha News

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର  : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି  । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ।

ଖବର ଅନୁଯାୟୀ, ରବିବାର ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆଉ କିଛି ସମୟ ମଧ୍ୟରେ ହୋଟେଲ୍‌ ମେ ଫେୟାରରୁ ବାହାରିବେ ।

ଆଜିର ଏହି ମ୍ୟାଚ୍‌ ଦେଖିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କିଛି ସମୟ ମାନେ ସଂଧ୍ୟା ୫ଟାରେ ବିସିସିଆଇ ସଭାପତି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପରେ ସଂଧ୍ୟା ସମୟରେ ବାରବାଟୀ ଷ୍ଟାଡିୟମକୁ ଯାଇ ମ୍ୟାଚ୍‌ ଦେଖିବେ ।

Leave A Reply

Your email address will not be published.