Latest Odisha News

BREAKING NEWS

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି ରହିଛି। ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି। ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି। ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରୁ ମଧ୍ୟ ବିଦାୟ ନେଲା ମୌସୁମୀ। ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଫେରିଯିବ ମୌସୁମୀ।

ର୍ତ୍ତମାନ ଏହି ମୌସୁମୀ ପ୍ରତ୍ୟାହାର ରେଖାଟି ସୁପୌଲ, ରାଞ୍ଚି, ସୁନ୍ଦରଗଡ଼, ବରଗଡ଼, ବିଜାପୁର, ହାଇଦ୍ରାବାଦ୍, ବେଲଗାଭି ଓ ପାଣାଜୀ ଦେଇ ଗତି କରୁଛି । ମୌସୁମୀ ବାୟୁ ଲେଉଟିବା ସମୟରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Alert) ମଧ୍ୟ ଜାରି କରାଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ ସମେତ ସମଗ୍ର ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେବା ପାଇଁ ପାଗ ଅନୁକୂଳ ରହିଛି।

Leave A Reply

Your email address will not be published.