Latest Odisha News

BREAKING NEWS

ନିର୍ବାଚନ ଆସିଲେ ସାମ୍ବାଦିକଙ୍କ କଥା ମନେ ପଡ଼ୁଛି କହି ସରକାରଙ୍କୁ ସମାଲୋଚନା କଲେ ତାରା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଆବେଦନ କରିବା ଲାଗି ୱେବସାଇଟର ପ୍ରଚଳନ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାର ଗତ ନିର୍ବାଚନରେ ସାମ୍ବାଦିକଙ୍କ ପାଇଁ ଯେତିକି ଘୋଷଣା କରିଥିଲେ, ସେତିକି କାର୍ଯ୍ୟକାରୀ କରି ନାହାନ୍ତି ।

ଗତ ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ ସାମ୍ବାଦିକମାନଙ୍କ ପିଲାମାନଙ୍କ ଶିକ୍ଷା ଗ୍ରହଣ ପାଇଁ ସୁବିଧା କରାଯିବ । କାର କିଣିବା ପାଇଁ ୩ ଲକ୍ଷ ଟଙ୍କା ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ । ଘର କରିବା ପାଇଁ ୩ ପ୍ରତିଶତ ସୁଧରେ ଋଣ ଦେବା ପାଇଁ ଘୋଷଣା କରିଥିଲେ । ୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ ।

ଆଜି ଯାଏ ଜଣେ ବି ସାମ୍ବାଦିକ ଘର ନିର୍ମାଣ କି କାର୍ ପାଇଁ ଋଣ ପାଇ ନାହାନ୍ତି । ସାମ୍ବାଦିକଙ୍କୁ ଭତ୍ତା କଥା ସରକାର ଭୁଲି ଯାଇଛନ୍ତି । ଗତ ନିର୍ବାଚନରେ ଯେତିକି ଘୋଷଣା କରିଥିଲେ ଗୋଟିଏ ବି କାର୍ଯ୍ୟକାରୀ ହୋଇ ନାହିଁ । ଆଗକୁ ନିର୍ବାଚନ ଥିବାରୁ ସରକାର ଏବେ ଆଗଭର ହେଉଛନ୍ତି । ଗତ ନିର୍ବାଚନରେ ସରକାର ଯାହା ଘୋଷଣା କରିଥିଲେ ସାମ୍ବାଦିକଙ୍କ ଲାଗି କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଛନ୍ତି ତାରା ।

ବରିଷ୍ଠ ବିଧାୟକ ତାରା ବାହିନୀପତି ଆହୁରି କହିଛନ୍ତି, କୋଭିଡରେ ପ୍ରାୟ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଅଳ୍ପ ସାମ୍ବାଦିକଙ୍କ ପରିବାର ସହାୟତା ପାଇଛନ୍ତି । ସରକାର ତୁରନ୍ତ ସମସ୍ତଙ୍କୁ ସହାୟତା ଦିଅନ୍ତୁ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ୍ ଆଣିବାକୁ ବିଧାନଭାରେ ସ୍ୱର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟ ତାରା ପ୍ରସାଦ ବାହିନୀପତି ।

Leave A Reply

Your email address will not be published.