Latest Odisha News

BREAKING NEWS

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ପଞ୍ଚଭୂତରେ ଲୀନ ହୋଇଛି କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ପାର୍ଥିବ ଶରୀର। ଗତକାଲି ଚେନ୍ନାଇ ଠାରେ ତାଙ୍କର ଦେହାନ୍ତ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ତାମିଲନାଡୁର ତରୁଭାଲ୍ଲୁର ଜିଲ୍ଲା ସ୍ଥିତ ଥମରାଇପାକ୍କମରେ ଥିବା ଗୋଟିଏ ଫାର୍ମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ତାଙ୍କର ଶେଷ ଦର୍ଶନ ପାଇଁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାର ଆସିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏପରିକି ଅନ୍ତିମ ସଂସ୍କାରରେ ଏଆଇଏଡିଏମକେ ନେତା ଡି. ଜୟକୁମାର ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଏହି ଭେଟେରାନ୍ ଗାୟକ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୫ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି କିମ୍ବଦନ୍ତୀ ଗାୟକ ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଆଦି ଚଳଚ୍ଚିତ୍ରରେ ୧୦୦୦ରୁ ଅଧିକ ଗୀତ ଗାଇଥିଲେ।

ଅଧିକ ପଢନ୍ତୁ- ବିଶିଷ୍ଟ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଦେହାନ୍ତ

ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୧୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.