Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ସ ଲିଙ୍କରେ ଆଉ ଜଣଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜୋରଦାର ଛାନଭିନ୍ନ ଚଳାଇଛି । ଏହି ଘଟଣାରେ ଧର୍ମା ପ୍ରଡକ୍ସନର ଏକଜୁକେଟିଭ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି ଏନସିବି ।

ଏହା ପୂର୍ବରୁ ଶୁକ୍ରବାର ଦିନ ଏନସିବି କ୍ଷିତିଜଙ୍କୁ ବିଳମ୍ବିତ ରାତି ଯାଏଁ ପଚରାଉଚରା କରିଥିଲା । ଏହାବ୍ୟତିତ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ତାଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ସେହିପରି ଡ୍ରଗ୍ସ ପେଡଲର ଅଙ୍କୁଶ ଅରନେଜା ନିଜ ବୟାନରେ କ୍ଷିତିଜଙ୍କ ନାମ ନେଇଥିବା ସୁତ୍ରରୁ ପ୍ରକାଶ ।

ତେବେ ଧର୍ମା ପ୍ରଡକ୍ସନର ମାଲିକ କରନ ଜୋହର କ୍ଷିତିଜଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିବା ସଫେଇ ଦେଇଛନ୍ତି ।

ଅଧିକ ପଢନ୍ତୁ- ନିୟମିତ ଭାବରେ ଡ୍ରଗ୍ସ କିଣୁଥିଲେ କରନ ଜୋହରଙ୍କ ଏହି ସହଯୋଗୀ: ଏନସିବି

ସୂଚନାଯୋଗ୍ୟ, ଡ୍ରଗ୍ସ ଲିଙ୍କରେ ଏନସିବି ଜେରାର ସମ୍ମୁଖୀନ ହୋଇଛନ୍ତି ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକୋନ୍ ଭଳି ନାମୀଦାମୀ କଳାକାର ।

ଅଧିକ ପଢନ୍ତୁ- ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

 

Leave A Reply

Your email address will not be published.