Latest Odisha News

BREAKING NEWS

ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଆନ୍ଧ୍ର ଓ ବିହାର ଗସ୍ତ କରିବ କମିଟି

ଭୁବନେଶ୍ୱର : ରାଜ୍ୟରେ ଏକ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଗଠିତ ଏକ କମିଟି ଖୁବ ଶିଘ୍ର ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବେ । ସେଠାରେ ସେମାନେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଅନ୍ୟ ରାଜ୍ୟମାନଙ୍କ ପରି ଏକ ବିଧାନ ପରିଷଦ ଗଠନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରେ ଡଃ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ପ୍ରମିଳା ମଲ୍ଲିକ, ଭୂଜବଳ ମାଝୀ, ମନୋହର ରନ୍ଧାରୀ ଏବଂ ନୀତିଶ ଗଙ୍ଗଦେବ ପ୍ରମୁଖ ବିଧାୟକମାନେ ସଦସ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି । କିନ୍ତୁ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ବଡ଼ ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି । ତେବେ ଯାହାବି ହେଉ ଏ ବିଷୟରେ ଅଧିକ ଅନୁଧ୍ୟାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯାଇ ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.