Latest Odisha News

ରଜ ପାଇଁ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

BjdElectrycity

କୋଭିଡ ନିୟମ ମାନି ରଜ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିଲେ । ପରେ ପୋଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା । ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା । ଏନେଇ ଚେତାବନୀ ସାଙ୍ଗକୁ କଡା ତାଗିଦ୍ କରାଯାଇଛି ।

Leave A Reply

Your email address will not be published.