Latest Odisha News

କାଲିଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ମୟୂରଭଞ୍ଜ: ଶିମିଳିପାଳ ଅଭ୍ୟାରଣ୍ୟରେ କଳାବାଘ ଶିକାର ହେବାପରେ ଏବେ ତତ୍ପର ହୋଇ ଉଠିଛି ପ୍ରଶାସନ । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୋଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଏହି ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି ।

ତେବେ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ । ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ କରିବା ସହିତ ଫୋର୍ସ ରେଡ୍‌ କରିବେ । ଏହା ସହ ଶିମିଳିପାଳ ଅଭୟାରଣ୍ୟରେ ବାଘକୁ ସୁରକ୍ଷା ଦେବାକୁ ଆଗକୁ ୧୫୦ ଏଆଇ ଟ୍ରାପ କ୍ୟାମେରା ଓ ୧୨୫ ସିସିଟିଭି ଲାଗିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ।

ପୂର୍ବରୁ ମଧ୍ୟ ଶିମିଳିପାଳରେ ଅବୈଧ ଶିକାର ରୋକିବାକୁ ମାଳ ମାଳ ଟ୍ରାପ କ୍ୟାମେରା ଓ ସିସିଟିଭି ଲଗାଯାଇଛି । ଏଆଇ ଟ୍ରାପ କ୍ୟାମେରାରେ ଧରାପଡିଛନ୍ତି ୧୦ ଜଣ ଶିକାରୀ । ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା କଳାବାଘ ଚମଡ଼ା ଓ ନଖକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।

Comments are closed.