Latest Odisha News

BREAKING NEWS

ବିଶ୍ୱ କର୍କଟ ସଚେତନତା ଦିବସରେ ବରଗଡରେ ସ୍ଵତନ୍ତ୍ର ରାଲି

ବରଗଡ: ଆଜି ବିଶ୍ୱ କର୍କଟ ସଚେତନତା ଦିବସ । ଏହି ଦିବସ ଉପଲକ୍ଷେ ବରଗଡ ଗଙ୍ଗାଧର ନଗର ସ୍ଥିତ ଏ. ଇ. ଏମ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆନୁକୁଲ୍ୟରେ ଫାଇଟର ଗ୍ରୁପ ବରଗଡ଼ ସହାୟତାରେ କ୍ୟାନ୍ସର ସଚେତନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାକୁ ବରଗଡ଼ର ମାନନୀୟ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ ।

ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ଓ ଏ. ଇ. ଏମ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟିକା “ଅଭି ଔର ଜିନା ହୈ” ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଚେୟାରମେନ ଶ୍ରୀ ଯଶବୀର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ । ଏହାଛଡା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜିତେନ୍ଦ୍ର କୁମାର ବେବର୍ତ୍ତା, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦଧିବାମନ ଦାଶ, ୱାର୍ଡ ନଂ. ୧୪ ର କାଉନସିଲର ଶ୍ରୀମତୀ ନୀତୁ ମାହାନା, ବରଗଡ଼ ଫାଇଟର ଗ୍ରୁପ ସଭାପତି ପ୍ରସନ୍ନ କୁମାର ମିଶ୍ର, ଭୁବନେଶ୍ୱର ଉମ୍ମିଦେଁ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ନିତେଇ ପାଣିଗ୍ରାହୀ ଓ ଏ. ଇ. ଏମ୍ ସ୍କୁଲ୍ ର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଦୀପ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ବରଗଡରେ ନିର୍ମାଣାଧୀନ ନୂତନ କ୍ୟାନସର ହସ୍ପିଟାଲ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବେବର୍ତ୍ତା କ୍ୟାନସର ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏ. ଇ. ଏମ୍ ସ୍କୁଲ୍ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ପଥପ୍ରାନ୍ତ ନାଟିକା “ଅଭି ଔର ଜିନା ହୈ” କ୍ୟାନ୍ସରକୁ ବି ପରାସ୍ତ କରିହେବ ଏହି ବିଶ୍ବାସର ବାର୍ତ୍ତା ନେଇ ଉପସ୍ଥିତ ଦର୍ଶକଙ୍କ ମନରେ ଏକ ନୂତନ ଆଶାର ସଂଚାର କରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.