Latest Odisha News

BREAKING NEWS

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ ପାଇଁ ବାରଣାସୀ ଯିବ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ନିକଟରେ ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି ବୋଲି ଜଣାପଡିଛି। ଏବେ ଏହାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ି ଏକ ଚିିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ତଦନ୍ତରେ ଓଡ଼ିଶାର ସ୍ୱତନ୍ତ୍ର ଟିମକୁ ସହଯୋଗ କରିବାକୁ ଚିଠିରେ ଲୋଡିଛନ୍ତି ସ୍ବାସ୍ଥ୍ୟ ସଚିବ।

ସହକାରୀ ଔଷଧ ନିୟନ୍ତ୍ରକ ସୁଦର୍ଶନ ବିଶ୍ବାଳ, ତୁଷାର ରଂଜନ ପାଣିଗ୍ରାହୀ ଓ ଧର୍ମଦେବ ପୁହାରଙ୍କ ସମେତ ପୁଲିସ ଅଧିକାରୀଙ୍କୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍ ଖୁବଶୀଘ୍ର ବାରଣାସୀ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି। ଅପେକ୍ଷା ରହିଛି ଉତ୍ତର ପ୍ରଦେଶ ସରକାରଙ୍କ ଜବାବକୁ।

ବରଗଡ଼ ଜିଲ୍ଲା ଅଶୋକ ମେଡିକାଲ ହଲ୍‌ ଓ ଝାରସୁଗୁଡ଼ା ଜିଲ୍ଲାର ଅମିତ ମେଡିକାଲ ଏଜେନ୍ସରୁ ନକଲି ଔଷଧ  ଜବତ ହୋଇଥିଲା। ଏହି ବେଆଇନ ବା ନକଲି ଔଷଧ କାରବାର ପଛରେ ବାରଣାସୀସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡିକାଲ୍‌ସ ଓ ଗୁରୁକୃପା ମେଡିକାଲ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି।

ଏହାପୂର୍ବରୁ ଭୁବନେଶ୍ବର ଓ କଟକରୁ ନକଲି ଔଷଧ କାରବାର ଧରାପଡିଥିଲା। ନକଲି ଉଚ୍ଚ ରକ୍ତଚାପ ଔଷଧ ମାମଲା‌ରେ ଏକ ସ୍ବତନ୍ତ୍ର ଟିମ୍ ବିହାର ଗସ୍ତ କରି ଘଟଣାର ଛାନଭିନ୍ କରିଥିଲା।

 

Leave A Reply

Your email address will not be published.